ନୟାଗଡ଼ (ବାଘୁଆବାର୍ତ୍ତା): ପରିବେଶ ଦିବସରେ ଇଟାମାଟିରେ ଦେଖିବାକୁ ନିଆରା ପରମ୍ପରା । ପରିବେଶ ଦିବସରେ ବୃକ୍ଷ ରୋପଣ କରାଯିବା ସହ ଜୀବନ ବିନ୍ଦୁ ମାଧ୍ୟମରେ ଅନୁଷ୍ଠିତ ହୋଇଛି ରକ୍ତଦାନ ଶିବିର । ଏହି ନିଆରା ପରମ୍ପରାକୁ ଉତ୍ସାହିତ କରିବା ପାଇଁ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଇଟାମାଟି ଶିକ୍ଷା ଓ ବୈଶୟିକ ମହା ବିଦ୍ୟାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ସୋନାଲିକା ମନ୍ଥନଙ୍କ ସମେତ କିଛି ଉତ୍ସାହିତ ଯୁବକ ଏହାର ଆୟୋଜନ କରିଥିଲେ । କଲେଜର ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବି.ଡି.ଓ ମନୋଜ ପାତ୍ର, ସଦର ଥାନା ଆଇଆଇସି ଦୀପକ ଖଣ୍ଡାୟତ ରାୟ, ନୟାଗଡ଼ ବ୍ଳକ୍ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଗୁରୁ ପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ ।






