ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ନୟାଗଡ଼ ବ୍ଲକ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଫଳରେ ବ୍ଲକ କାର୍ଯ୍ୟାଳୟକୁ ନୟାଗଡ଼ ତହସିଲ୍ଦାର ଦୁଇ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଆଜି ସକାଳ ୭ ଘଟିକାଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟକୁ ବିଶୋଧନ କରାଯିବ ବୋଲି ଜଣାଯାଇଛି ।





