Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶରଣକୁଳକୁ ବ୍ଲକ ମାନ୍ୟତା ପାଇଁ ଜୋରଦାର ଦାବି

by ସଞ୍ଜୟ ସ୍ୱାଇଁ
May 18, 2025
in Nayagarh, State
ଶରଣକୁଳକୁ ବ୍ଲକ ମାନ୍ୟତା ପାଇଁ ଜୋରଦାର ଦାବି
35
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ପଞ୍ଚାୟତ ପରିସରରେ ଆଜି ଶରଣକୁଳ ବ୍ଲକ ମାନ୍ୟତା ଦାବିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶରଣକୁଳ ବ୍ଲକ କ୍ରିୟାନୁଷ୍ଠାନ କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମଦନ ମୋହନ ନନ୍ଦ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ବରିଷ୍ଠ ସମବାୟ ବିତ୍ ସନ୍ୟାସୀ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଚିନ୍ମୟୀ ଦାଶ, ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ, ସମାଜସେବୀ ଲିଙ୍କନ ସୁବୁଦ୍ଧି ପ୍ରମୂଖ ଉପସ୍ଥିତ ରହିଥିଲେ ।

ଏହି ବୈଠକରେ ୧୫ଟି ପଞ୍ଚାୟତ ସମସ୍ତ ଗ୍ରାମରୁ ମୁଖିଆମାନେ ସାମିଲ ହୋଇଥିଲେ । ଶରଣକୁଳକୁ ବ୍ଲକ ମାନ୍ୟତା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା । ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ବ୍ଲକ ପାଇଁ ଜୋରଦାର ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି । ଶରଣକୁଳ ଅଞ୍ଚଳକୁ ବ୍ଲକ ଘୋଷଣା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମୀ ରହିଛି । ଶରଣକୁଳରେ ମହାବିଦ୍ୟାଳୟ, ଥାନା, ଏସଡିପିଓ ଅଫିସ୍‌, ଜଳସମ୍ପଦ ବିଭାଗ ସବଡିଭିଜନ ରହିଛି ।

ଏହା ସହିତ ବନାଞ୍ଚଳ କାର୍ଯ୍ୟାଳୟଠାରୁ ଆରମ୍ଭ କରି ୪ଟି ବ୍ୟାଙ୍କ ଓ ୪ଟି ଉଚ୍ଚ ବିଦ୍ୟାଳୟ ରହିଛି । ଜିଲ୍ଲାର ପ୍ରମୂଖ ପର୍ଯ୍ୟଟନ କ୍ଷେତ୍ର ତଥା ଐତିହାସିକ ଲଡ଼ୁବାବାଙ୍କ ପୀଠ ସ୍ଥଳୀ ହୋଇଥିବା ବେଳେ ନୟାଗଡ଼ ଗଞ୍ଜାମ ଜିଲ୍ଲାର ଏହା ମଧ୍ୟବର୍ତ୍ତୀ ଅଞ୍ଚଳ ଏବଂ ଗମନାଗମନ କ୍ଷେତ୍ରରେ ଶରଣକୁଳ ମୁଖ୍ୟ ସ୍ଥାନ ଅଟେ । ଯାହାକୁ ଭିତ୍ତିକରି ବ୍ଲକ ମାନ୍ୟତା ପାଇଁ ଶରଣକୁଳ ସମସ୍ତ ପ୍ରକାର ଯୋଗ୍ୟତା ରଖୁଛି ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ୧୫ଟି ପଞ୍ଚାୟତ ଜନପ୍ରତିନିଧିଙ୍କ ସହ ଶରଣକୁଳର ବହୁ ଜନସାଧାରଣ ସାମିଲ ହୋଇଥିଲେ ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!