ଖଲ୍ଲିକୋଟ (ବାଘୁଆବାର୍ତ୍ତା): ଛତ୍ରପୁର ପୋଲିସ ଓ ତହସିଲଦାର ମିଳିତ ଭାବେ ଏକ ପଥର କୁଆଁରି ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ତିନି ଜଣକୁ ଗିରଫ କରିଥିବା ଜଣାପଡିଛି । ଗିରଫମାନେ ହେଲେ ଖଲ୍ଲିକୋଟ ଥାନା ଅଧିନ ପଥରା ଗ୍ରାମର ମଣ୍ଟୁ ରାଉତ, ରମ୍ଭା ଥାନା ଅଧିନ ଝରେଡି ରାଧାଗୋବିନ୍ଦ ଗ୍ରାମର ପ୍ରସନ୍ଦ କୁମାର ନାହାକ ଓ ବୁଗୁଡା ଥାନା ଶାଳବଣ ଗ୍ରାମଣ ଲକ୍ଷ୍ମୀ ନାରାୟଣ ସାହୁ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ସୁନ୍ଦରପୁର ଗ୍ରାମ ନିକଟରେ ଥିବା ପାହାଡରେ ବେଆଇନ ଭୋବେ ପଥର ବ୍ଲାଷ୍ଟିଂ ଚାଲିଥିବା ସମୟରେ ଛତ୍ରପୁର ପୁଲିସ ଓ ତହସିଲଦାର ଅଚାନକ ଚଢ଼ଉ କରିଥିଲେ । ଏହି ଚଢ଼ଉ ସମୟରେ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏହା ମଧ୍ୟରେ ୬ଶହଟି ଜିଲେଟିନ ଷ୍ଟିକ, ୬ କେଜି ଏମୋନିୟମ ନାଇଟ୍ରେଟ,୨୦ଟି ଡିଟୋନେଟର, ୨୫ଟି ଆଇରନ ରଡ, ବହୁମାତ୍ରାରେ ବିଦ୍ୟୁତ ତାର, ବ୍ଲାଷ୍ଟିଙ୍ଗରେ ବ୍ୟହୃତ ଗୋଟିଏ ମେସିନ ଜବତ ହୋଇଛି । ଏନେଇ ଛତ୍ରପୁର ଥାନାରେ ୨୧୩/୨୧ ମାମଲା ରୁଜୁ ହେବା ସହ ଏହି ଘଟଣାରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ଚଢ଼ାଉ ବେଳେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ତହସିଲଦାର ନୀଳ ମାଧବ ଭୋଇ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ସାମିଲ ଥିଲେ ।






