Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋକର୍ଣ୍ଣପୁର ଗାଁରେ ଫୁଟିଲା ବୋମା

by ସଞ୍ଜୟ ସ୍ୱାଇଁ
March 10, 2025
in Crime, State
ଗୋକର୍ଣ୍ଣପୁର ଗାଁରେ ଫୁଟିଲା ବୋମା
21
VIEWS
Share on FacebookShare on Twitter

ଦିଗପହଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଗୋକର୍ଣ୍ଣପୁର ଗାଁରେ ଫୁଟିଲା ବୋମା । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମୁଖ୍ୟରାସ୍ତା କଡ଼ରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କ ଔଷଧ ଦୋକାନକୁ ଲକ୍ଷ୍ୟ କରି ବୋମାମାଡ଼ କରାଯାଇଛି । ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ରବିବାର ବିଳମ୍ବିତ ରାତି ପ୍ରାୟ ୮ଟା ୩୦ ସମୟରେ ଗୋକର୍ଣ୍ଣପୁର ଗାଁ ରାସ୍ତାକଡ଼ରେ ଥିବା ଔଷଧ ଦୋକାନକୁ ଲକ୍ଷ୍ୟ କରି ବୋମାମାଡ଼ ହୋଇଛି । ଏକ ବାଇକ୍‌ରେ ଦୁଇ ଜଣ କଳାମୁଖ୍ୟା ପିନ୍ଧା ଦୁର୍ବୃତ୍ତ ଆସି ଦୋକାନ ଉପରକୁ ଲଗାତର ୩ଟି ବୋମା ଫିଙ୍ଗି ଚମ୍ପଟ ମାରିଥିଲେ । ତେବେ ଦୁଇଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟିନଥିଲା । ବୋମାମାଡ଼ରେ ଦୋକାନୀ ପ୍ରହଲ୍ଲାଦ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ କ୍ୟାସ କାଉଣ୍ଟର କିଛି ପରିମାଣରେ ଜଳିଯାଇଛି । ଅନ୍ୟପଟେ ବୋମାମାଡ଼ ସଂପର୍କରେ ଖବର ପାଇ ଦିଗପହଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମାକୁ ଜବତ କରିବା ସହ ସବିଶେଷ ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!