Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘର ଭିତରେ ଘଟିଲା ଭୟଙ୍କର ବିସ୍ଫୋରଣ, ୮ ବର୍ଷର ଶିଶୁ ହେଲା ଗୁରୁତର

by ସଞ୍ଜୟ ସ୍ୱାଇଁ
October 7, 2021
in State
ଘର ଭିତରେ ଘଟିଲା ଭୟଙ୍କର ବିସ୍ଫୋରଣ, ୮ ବର୍ଷର ଶିଶୁ ହେଲା ଗୁରୁତର
114
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଘର ଭିତରେ ଘଟିଲା ଭୟଙ୍କର ବିସ୍ଫୋରଣ। ଗୁରୁତର ହେଲା ୮ ବର୍ଷର ଶିଶୁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମେଦିନୀପୁରୁ ଗ୍ରାମରେ। ଗୁରୁବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ବିବେକାନନ୍ଦ ସାହୁ ନାମକ ଶିଶୁ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛି। ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଫାଶୀ ଗ୍ରାମର ବିନାୟକ ସାହୁଙ୍କ ପୁଅ ବିବେକାନନ୍ଦ ସାହୁ ନିଜ ମାମୁଁ ଘର ମେଦିନୀପୁରକୁ ବୁଲିବାକୁ ଯାଇଥିଲା। ଘରେ ଖାଇସାରିବା ପରେ ଉପର ଘରକୁ ଶୋଇବା ପାଇଁ ଯାଇଥିଲା। କିଛି ସମୟ ପରେ ଏକ ଜୋରରେ ଶବ୍ଦ ଶୁଣିବାକୁ ମିଳିଲା। ଘରଲୋକେ ଯାଇ ଦେଖିଲା ବେଳକୁ ପିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଛି। ଶିଶୁକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଯାହା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ଗକଉଏକୁ ସ୍ଥାନାନ୍ତରିତ କରାଯାଇଛି। ଘର ଲୋକଙ୍କ କହିବା ମୁତାବକ ଘରେ କିଛି ପୁରୁଣା ବାଣ ଥିଲା। ସେହି ବାଣରେ ହିଁ ଏହି ବିସ୍ଫୋରଣ ଘଟିଥିବା ପରିବାର ଲୋକେ କହିଛନ୍ତି। ଘରକୁ ଦେଖିଲେ ଜଣାପଡୁଛି ଏହା କୌଣସି ଛୋଟ ବାଣର ବିସ୍ଫୋରଣ ନୁହେଁ। ଘରର ଅବସ୍ଥା ଦେଖି ଜଣାପଡୁଛି ଯେ ବିସ୍ଫୋରଣ ବଡ଼ ଭୟଙ୍କର ହୋଇଥିବ। ଘଟଣା ସ୍ଥଳରେ କୋଦଳା ପୁଲିସ, ପୁରୁଷୋତ୍ତମପୁର ଏସଡିପିଓ, କବିସୂର୍ୟ୍ୟନଗର ଥାନା ଆଇ ଆଇସି ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରୁଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!