ପାଲଲହଡା, (ବାଘୁଆବାର୍ତ୍ତା): ବାଣ ବାନ୍ଧୁଥିବା ବେଳେ ଅଘଟଣ। ବିସ୍ଫୋରଣ ଘଟି ସ୍ଵାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ସକାଳ ୯ଟାରେ ସାଆନ୍ଦା ଗ୍ରାମର ତ୍ରିପୁର ବେହେରା (୪୫ ବର୍ଷ) ନିଜ ଘରେ ବାଣ ବାନ୍ଧୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ଘଟଣାସ୍ଥଳରେ ତ୍ରିପୁରଙ୍କ ମୃତ୍ୟୁ ଘଟିଥିଲା। ସେପଟେ ଘରେ ଥିବା ତ୍ରିପୁରଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖମାର ପୋଲିସ ଘଟଣାର ତଦନ୍ତ କରି ଶବ ଜବତ କରିବା ସହ ବ୍ୟବଛେଦ କରିବାକୁ ପାଲଲହଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।





