Monday, August 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଛ କେସ ଜାଲରେ ଫସୁଛନ୍ତି ମାଳ ମାଳ ପୁରୁଷ

by ସଞ୍ଜୟ ସ୍ୱାଇଁ
September 14, 2021
in Crime, State
ମିଛ କେସ ଜାଲରେ ଫସୁଛନ୍ତି ମାଳ ମାଳ ପୁରୁଷ
289
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୋସିଆଲ୍‌ ମିଡିଆ କିମ୍ବା ବଜାରଘାଟରେ ପରସ୍ପରକୁ ଜାଣୁଛନ୍ତି । କିଛି ଦିନ କଥାବାର୍ତ୍ତା ପରେ ଆରମ୍ଭ ହେଉଛି ପ୍ରେମ ଆଉ ସମତିରେ ଶାରୀରିକ ସମ୍ପର୍କ । ଏହାପରେ ଆରମ୍ଭ ହୁଏ କିଛି ଧୂର୍ତ୍ତ ମହିଳାଙ୍କ ପଟୁ ବ୍ଲାକ୍‌ମେଲିଂ । ଯିଏ ବ୍ଲାକ୍‌ମେଲିଂର ଦାବି ପୂରଣ କଲା ସେ ବଞ୍ଚିଗଲା । ହେଲେ ଯିଏ କିଛି ଶୁଣିଲାନି ତା’ ନାଁରେ ଥାନାରେ ଉଠିଲା ଦୁଷ୍କର୍ମ ଅଭିଯୋଗ । ପୁଲିସ୍‌ ମାମଲା ରୁଜୁ କରି କିଛି ତଦନ୍ତ ନ କରି ସିଧା ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଜେଲ୍‌ ପଠାଇ ଦେଲା । ଗତ ୮ ମାସ ଭିତରେ ଭୁବନେଶ୍ୱର ପୁଲିସ୍‌ ଜିଲ୍ଳାରେ ୨୦ରୁ ଅଧିକ ଏଭଳି ଘଟଣା ଘଟିଛି । କିଏ ଜେଲ୍‌ରେ ସଢ଼ୁଛି ତ’ ପୁଣି କିଏ ଭୟରେ ଫେରାର ହୋଇଯାଇଛି । ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ଝାରପଡ଼ାର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳା ଅଭିଯୋଗ ଆଣିଥିଲେ ପଡୋଶୀ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ଯାହାର ପ୍ରମାଣ ମହିଳାଙ୍କ ପାଖରେ ରହିଛି । ଏନେଇ ପୁଲିସ୍‌ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା । ତଦନ୍ତ ସମୟରେ ଜାଣିବାକୁ ପାଇଥିଲା, ଯୁବତୀ ଜଣଙ୍କ ଉକ୍ତ ଆପାର୍ଟମେଣ୍ଟର ଜଣେ ବିବାହିତ ଲୋକ (ବ୍ୟବସାୟୀ)ଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଇଥିଲେ । ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ଉକ୍ତ ଅନ୍ତରଙ୍ଗ ସମୟର ଭିଡିଓ ରେକର୍ଡିଂ କରି ରଖିଥିଲେ ମହିଳା ଜଣଙ୍କ । ପରେ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହ ମିଶି ସେ ବ୍ୟବସାୟୀଙ୍କୁ ୩୫ ଲକ୍ଷ ଟଙ୍କା ମାଗିଥିଲେ । ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ବ୍ୟବସାୟୀ । ପୂରା ଟଙ୍କା ନ ଦେଲେ ବରବାଦ କରିଦେବେ ବୋଲି ମହିଳା ଧମକ ଦେଇଥିଲେ । ଏ ସବୁ ପ୍ରମାଣ ମିଳିବା ପରେ ପୁଲିସ୍‌ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଇଥିଲା । ହେଲେ ମହିଳା ଜଣଙ୍କ କମିଶନର ଓ ଡିଜିଙ୍କ ପାଖକୁ ଯିବେ ବୋଲି ଧମକ ଦେଇଥିଲେ । ସେହିଭଳି ଖଣ୍ଡଗିରି ଥାନା ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଛି । ୬୮ ବର୍ଷର ଜଣେ ବରିଷ୍ଠ ନାଗରିକଙ୍କ ପରିବାର ଲୋକ ବାହାରେ ରହୁଛନ୍ତି । ସେ ଏଠାରେ ଏକା ରହୁଛନ୍ତି । ୨୫ ବର୍ଷର ଜଣେ ଯୁବତୀ ତାଙ୍କ ସହ ତାଙ୍କ ମଧୁସୂଦନ ପାର୍କରେ ଦେଖା ହୋଇଥିଲା । ପରେ ଉଭୟ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲେ । ଯୁବତୀ ଜାଣିଲେ ବରିଷ୍ଠ ନାଗରିକ ଏକୁଟିଆ ରହୁଛନ୍ତି । ତେଣୁ ତାଙ୍କୁ ପ୍ରେମ ଜାଲରେ ଫସାଇବାକୁ ଉଦ୍ୟମ କରିଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ରହିଲା । ସଂପୃକ୍ତ ବରିଷ୍ଠ ନାଗରିକ ଯୁବତୀଙ୍କ ସହ ସମ୍ପର୍କ ରଖିବା ପରେ ତାଙ୍କୁ ବିଭିନ୍ନ ଦାମୀ ଉପହାର ଦିଅନ୍ତି । ଏମିତି ଏକ ସ୍କୁଟି ମଧ୍ୟ ଦେଇଛନ୍ତି । ଦିନେ ଉକ୍ତ ଯୁବତୀ ସଂପୃକ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ମାଗିଲେ । ହେଲେ ଏତେ ଟଙ୍କା ଦେବାକୁ ସଂପୃକ୍ତ ବରିଷ୍ଠ ନାଗରିକ ମନା କରି ଦେଇଥିଲେ । ଏହାପରେ ଯୁବତୀ ଜଣଙ୍କ ବିଭିନ୍ନ ଫଟୋ ଓ ଭିଡିଓ ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ସଂପୃକ୍ତ ବରିଷ୍ଠ ନାଗରିକଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଛି । ସବୁ ଥାନାରେ ଏମିତି ଘଟଣା ଘଟିଛି । ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ କରୁଛି । ଏନେଇ କମିଶନରେଟ୍‌ ପୁଲିସ୍‌ର ବରିଷ୍ଠ ଅଧିକାରୀ କହିଛନ୍ତି, କିଛି ଘଟଣାରେ ସହମତିରେ ଶାରୀରିର ସମ୍ପର୍କ ରଖି ସ୍ୱାର୍ଥ ହାସଲ ନହେଲେ ମହିଳା ଓ ଯୁବତୀ ବଳତ୍କାର ଅଭିଯୋଗ କରୁଛନ୍ତି । ପୁଲିସ୍‌ ତଦନ୍ତ ବେଳେ ଜାଣିବାକୁ ପାଏ ଏହା ବଳାତ୍କାର ନୁହେଁ । ଏହାପରେ ଯଦି ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରେନାହିଁ, ତେବେ ସମାଲୋଚନାର ଶିକାର ହୁଏ । ଏମିତି କି ପୁଲିସ୍‌ ଟଙ୍କା ନେଇ ମାମଲା ଚାପିବା କଥା ଉଠେ । ତେଣୁ ବଦନାମ ଭୟରେ ଆମ ପୁଲିସ୍‌ ସବୁ ଜାଣି ବି ଅଭିଯୋଗ ପାଇବା ମାତ୍ରେ ନିର୍ଦ୍ଦୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । କେଉଁଟା ଦୁଷ୍କର୍ମ – କୌଣସି ନାରୀର ଅନିଚ୍ଛା ସତ୍ତେ୍ୱ ତା’ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲେ ତାକୁ ଦୁଷ୍କର୍ମ କୁହାଯାଏ । ତା’ଛଡ଼ା ନାବାଳିକା, ମାନସିକ ଓ ଶାରୀରିକ ବିକଳାଙ୍ଗ ନାରୀ ସହ କୌଣସି ପୁରୁଷ ସହମତିରେ ଶାରୀରିକ ସମ୍ପର୍କ ରଖିଲେ ବି ତାହା ଦୁଷ୍କର୍ମରେ ଗଣତି ହେବ । ସେପଟେ ଶିକ୍ଷିତ ଓ ସାବାଳିକା ସହମତିରେ କାହା ସହ ସମ୍ପର୍କ ରଖିଲେ ତାହା ଦୁଷ୍କର୍ମ ନୁହେଁ ବୋଲି ଆଇନ୍‌ କହୁଛି । ୮ ମାସରେ ୧୦୫ ଦୁଷ୍କର୍ମ – ୨୦୨୧ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୦୫ରୁ ଅଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ୨୦୧୯ରେ ୨୨୮ ଟି ଓ ୨୦୨୦ରେ ୧୭୭ ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ରାଜଧାନୀର ସର୍ବସାଧାରଣ ସ୍ଥାନ, ଯଥା ରାସ୍ତା ଘାଟ, ପାର୍କ, ସିନେମା ହଲ୍‌, ବସ୍‌ଷ୍ଟପ୍‌ରେ ମହିଳାମାନେ ସୁରକ୍ଷିତ ନୁହନ୍ତି । ଏ ସବୁ ସ୍ଥାନରେ ଅସାମାଜିକଙ୍କ ଶିକାର ହୋଇଛନ୍ତି ଯୁବତୀ ଓ ମହିଳମାନେ । ଏମାନଙ୍କୁ କିଏ ଅଶ୍ଳୀଳ ଇଙ୍ଗିତ କରିଛି ତ’ ପୁଣି କିଏ କମେଣ୍ଟ ମାରିଛି । ୨୦୧୯ରୁ ୨୦୨୧ ଅଗଷ୍ଟ ୩୦ ତାରିଖ ମଧ୍ୟରେ ଏଭଳି ୬୦ଟି ଘଟଣା ଘଟିଥିବା ବିଭିନ୍ନ ଥାନରେ ଅଭିଯୋଗ ହୋଇଛି । ୫ ବର୍ଷ ୧୫ଟି ମାମଲା – ସହମତିରେ ସେକ୍ସ କରି ଗତ ୫ ବର୍ଷ ମଧ୍ୟରେ ଅନେକ ବଳାତ୍କାର ଅଭିଯୋଗ ଆଣିଛନ୍ତି । ସେଥିମଧ୍ୟରୁ ୧୫ଟି ମାମଲରେ ପୁଲିସ୍‌ ବହୁ କଷ୍ଟ କରି ଫାଇନାଲ୍‌ ରିପୋର୍ଟ କରିଛି । ପୁଲିସ୍‌ ରିପୋର୍ଟକୁ କୌଣସି ଏତଲାକାରୀ ଚ୍ୟାଲେଞ୍ଜ କରିନାହାନ୍ତି । ନିୟମ କହୁଛି ପୁଲିସ୍‌ କୋର୍ଟରେ ଫାଇନାଲ୍‌ ରିପୋର୍ଟ ଦାଖଲ କଲା ପରେ ଏତଲକାରୀ ପାଖକୁ ଏକ ନୋଟିସ ଯାଏ । ସେଥିରେ ଉଲ୍ଲେଖ ଥାଏ ପୁଲିସ୍‌ ଦେଇଥିବା ରିପୋର୍ଟରେ ତୁମେ ସନ୍ତୁ୍‌ଷ୍ଟ ନା ନାହିଁ । ଯଦି ଏତଲାକାରୀ ମନା କରେ ତା’ହେଲେ ଉକ୍ତ ଘଟଣାର ପୁଣି ତଦନ୍ତ ହେବ । ତଦନ୍ତ ହେବା ପୂର୍ବରୁ କୋର୍ଟ ଉକ୍ତ ରିପୋର୍ଟକୁ ଭଲ ଭାବେ ଦେଖେ । ରିପୋର୍ଟ ସମ୍ପୂର୍ଣ୍ଣ ଠିକ୍‌ ଥାଏ ତା’ହେଲେ ତଦନ୍ତ କରିବାକୁ ଅନୁମତି ଦିଏ ନାହିଁ । ସହମତିରେ ଶାରୀରିକ ସମ୍ପର୍କ ରଖି ଅନେକ ଯୁବତୀ ଓ ମିହିଳା ଦୁ୍‌ଷ୍କର୍ମ ଅଭିଯୋଗ ଆଣୁଛନ୍ତି । ସୁପ୍ରିମ୍‌କୋର୍ଟ କହିଛନ୍ତି ଯାହା ଦୁଷ୍କର୍ମ ନୁହେଁ । ଏଥିରେ ପୁଲିସ୍‌ର ଅଧିକ ଭୂମିକା ରହିଛି । ହେଲେ ପୁଲିସ୍‌ ପରିଶ୍ରମ କରିବାକୁ ଚାହୁଁନି । ଅଭିଯୋଗ ଆସିଲେ ନିଜ ମୁଣ୍ଡରୁ ବୋଝ ହାଟାଇବାକୁ ଯାଇ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଦେଉଛି । ୧୬୧/୧୬୪ରେ ବୟାନ ରେକର୍ଡ କରି କାମ ସାରି ଦେଉଛି । ଗତ କିଛି ଦିନ ତଳେ ପଶ୍ଚିମବଙ୍ଗରେ ଏକ ଘଟଣା ନଜରକୁ ଆସିଥିଲା । ଅଭିଯୁକ୍ତ ବିରୋଧରେ ଦଫା ୩୭୬ ପରବର୍ତ୍ତି ସମୟରେ ଦଫା ୪୯୩କୁ ବଦଳି ଥିଲା । ପୁଲିସ୍‌ ଯଦି ଏଥିପ୍ରତି ଧ୍ୟାନ ଦେବ ତା’ହେଲେ ହୁଏତ ବଳାତ୍କାର ଅଭିଯୋଗରେ ଜେଲ୍‌ ଯିବା ଲୋକଙ୍କ ସଂଖ୍ୟା କମିଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!