ଆଗ୍ରା, (ବାଘୁଆବାର୍ତ୍ତା): କରୋନାର ପରବର୍ତ୍ତୀ ସମୟରେ ବ୍ଲାକ ପଙ୍ଗସ୍ କୌଣସି ମୃହୁତରେ କାହାକୁ ବି ହୋଇପାରେ । ଜଣେ ୧୪ଦିନର ଶିଶୁକୁ ବ୍ଲାକ୍ ପଙ୍ଗସ୍ ହେଲା ପରେ ତାକୁ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ଆଗ୍ରା ସରୋଜିନୀ ନାଇଡୁ ହସ୍ପିଟାଲରେ ଶିଶୁଟିକୁ ଭର୍ତ୍ତି କରାଯାଇଥିଲା । ୧୪ଦିନ ଶିଶୁ ତ୍ସୀରରେ କୋଭିଡ୍ ସଂକ୍ରମଣର କୌଣସି ଲକ୍ଷଣ ନଥିବା ବେଳେ ତାର ଓଠରେ ଏକ କଳା ରଙ୍ଗର ବ୍ରଣ ଭଳି ଚିହ୍ନ ଦେଖି ଡାକ୍ତର ସନ୍ଦେହ କରିଥିଲେ । ତେବେ ପରୀକ୍ଷା ପରେ ଉକ୍ତ ଶିଶୁଟିର ବ୍ଲାକ୍ ପଙ୍ଗସ୍ ଥିବା ଚିହ୍ନଟ ହୋଇଥିଲା । ଶିଶୁଟିର ପରିବାର ଲୋକ ଅସ୍ତ୍ରୋପଚାର କରିବା ପାଇଁ ସରୋଜିନୀ ନାଇଡୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । ସେଠାରେ ଶିଶୁଟିର ଅସ୍ତ୍ରୋପ୍ରଚାର କରାଯିବା ପରେ ଶିଶୁର ଓଜନ କମ୍ ଥିବା ସହ କିଡନି ଓ ହାର୍ଟ ଉପରେ ଅସୁସ୍ଥତା ଥିବାରୁ ତାଙ୍କୁ ଆଇସିୟୂରେ ରଖାଯାଇଥିବା ସୂଚନା ମିଳିଛି ।





