Sunday, June 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ଲାକ ଫଙ୍ଗସକୁ ସଂକ୍ରାମକ ରୋଗ ଘୋଷଣା କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
May 20, 2021
in Health, NATIONAL NEWS
ବ୍ଲାକ ଫଙ୍ଗସକୁ ସଂକ୍ରାମକ ରୋଗ ଘୋଷଣା କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ
201
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ମହାମାରୀ ଭିତରେ ମ୍ୟୁକ୍ରୋମାଇକୋସିସ ବା ବ୍ଲାକ ଫଙ୍ଗସ ଚିନ୍ତା ବଢ଼ାଇବାରେ ଲାଗିଛି । ଏହି କାରଣରୁ ବ୍ଳାକ ପଙ୍ଗସକୁ ସବୁ ରାଜ୍ୟ ସଂକ୍ରାମକ ରୋଗ ଭାବେ ଘୋଷଣା କରିବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରମାନେ ଏହି ରୋଗକୁ ସଂକ୍ରାମକ ବ୍ୟାଧି ଆଇନ ଅଧୀନରେ ସାମିଲ କରିବେ । ଏହାର ଅର୍ଥ ସମସ୍ତ ବ୍ଲାକ ଫଙ୍ଗସ ଓ ସନ୍ଦିଗ୍ଧ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ସିଧାସଳଖ ରାଜ୍ୟ ସରକାରମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଇବେ । ଏହି ରୋଗ ସାଧାରଣତଃ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କହିଛନ୍ତି, ସମସ୍ତ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ଲାକ ଫଙ୍ଗସ ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ସ୍କ୍ରିନିଂ, ଚିକିତ୍ସା ଓ ମ୍ୟାନେଜମେଣ୍ଟ କରିବେ । ବ୍ଳାକ ଫଙ୍ଗସ ସଂକ୍ରାନ୍ତ ସମସ୍ତ କେସ ସିଧାସଳଖ କେନ୍ଦ୍ରକୁ ରିପୋର୍ଟ କରିବେ । ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସରେ ୧୫ ଶହ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯୦ ଜଣଙ୍କ ମୃତ୍ୟୁ ଘଟିଲାଣି । ସେହିପରି ରାଜସ୍ଥାନ ଓ ତେଲେଙ୍ଗାନା ସରକାର ପୂର୍ବରୁ ହିଁ ବ୍ଳାକ ଫଙ୍ଗସକୁ ସଂକ୍ରାମକ ରୋଗ ତାଲିକାରେ ସାମିଲ କରି ସାରିଛନ୍ତି । ତାମିଲନାଡୁରେ ମାତ୍ର ୯ ଜଣ ବ୍ଳାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ ହେଁ ରାଜ୍ୟ ସରକାର ଏହାକୁ ପବ୍ଳିକ ହେଲଥ ଆକ୍ଟରେ ସାମିଲ କରି ସାରିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!