ସୋନପୁର, (ବାଘୁଆବାର୍ତ୍ତା): ନଛିପୁରା ଓ ସୋନପୁର ମୁଖ୍ୟ ରାସ୍ତାରୁ ୨ ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ଏସଟିଏଫ୍। ଗିରଫ ୨ ଜଣ ହେଲେ ସୋନପୁରର ବେଦବ୍ୟାସ ଧରୁଆ (୪୧ ବର୍ଷ) ଓ ନବଦୀପ ଧରୁଆ (୨୯ ବର୍ଷ)। ୨ ଉଦ୍ଧାର ବଜ୍ରକାପ୍ତାର ଓଜନ ୭ କେଜି ଓ ୩ କେଜି ବୋଲି ଜଣାପଡିଛି। ଏହି ୨ ବଜ୍ରକାପ୍ତାଙ୍କୁ ସୋନପୁର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି। ଏହି କାରବାରରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଛି।





