Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୋକସଭା ନିର୍ବାଚନ: ବିଜେପି-ଟିଡିପି ଡିଲ୍ ଡନ୍‌

by ସଞ୍ଜୟ ସ୍ୱାଇଁ
March 9, 2024
in NATIONAL NEWS, Politics
ଲୋକସଭା ନିର୍ବାଚନ: ବିଜେପି-ଟିଡିପି ଡିଲ୍ ଡନ୍‌
105
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କର ଏନଡିଏକୁ ଫେରିବା ପ୍ରାୟ ସ୍ଥିର ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସିଟ୍ ବଣ୍ଟନ ଫର୍ମୂଲା ଉପରେ ସହମତି ପ୍ରକାଶ ପାଇଛି । ବିଜେପି ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟି ଓ ପବନ କଲ୍ୟାଣଙ୍କ ଜନସେନା ଦଳ ସହ ମିଶି ନିର୍ବାଚନ ଲଢିବ । ମିଳିଥିବା ସୂତ୍ର ଅନୁଯାୟୀ ବିଜେପି ଓ ଜନସେନା ଆନ୍ଧ୍ରର ୮ ଲୋକସଭା ଓ ୩୦ ବିଧାନସଭା ସିଟ୍‌ରେ ନିର୍ବାଚନ ଲଢିବ । ସେହିପରି ଟିଡିପି ୧୭ ଲୋକସଭା ଓ ୧୪୫ ବିଧାନସଭା ସିଟ୍‌ରେ ନିର୍ବାଚନ ଲଢିବ । ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଅମିତ ଶାହ, ଜେପି ନଡ୍ଡା, ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ମଧ୍ୟରେ ହୋଇଥିବା ବୈଠକରେ ସିଟ୍ ବଣ୍ଟନକୁ ନେଇ ସହମତି ହୋଇଯିବା ପରେ ନାଇଡୁଙ୍କ ଏନଡିଏକୁ ଆସିବାର ରାସ୍ତା ସଫା ହୋଇଯାଇଛି । ଏହି ୩ ଦଳ ଏନଡିଏ ମେଣ୍ଟ ଜରିଆରେ ଲୋକସଭା ଓ ବିଧାନସଭା ନିର୍ବାଚନ ମିଶିକରି ଲଢିବେ । ଏଠାରେ ସୂଚାଇ ଦିଆଯାଇପାରେ କି ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ କାର୍ଯ୍ୟକାଳ ସମୟରେ ଏନଡିଏ ଗଠବନ୍ଧନରେ ରହି ସାରିଛନ୍ତି । ପୁନର୍ବାର ସେ ଏନଡିଏକୁ ଫେରିବା ଦ୍ୱାରା ଆନ୍ଧ୍ରପ୍ରଦେଶରେ ବିଜେପିକୁ ବଡ ଲାଭ ମିଳିପାରେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!