ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁଢିପି ପଞ୍ଚାୟତର ପଚାଶରୁ ଉଦ୍ଧ୍ୱର୍ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ନୟାଗଡ଼ ସ୍ଥିତ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟକ୍ରମ ଓ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ବିଜେପିର ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । କେନ୍ଦୁଢିପି ପଞ୍ଚାୟତର ଟାଣୁଆ ବିଜେପି ନେତା ବିରେନ କୁମାର ନାୟକଙ୍କ ନେତୃତ୍ୱରେ ଆଜି ଉକ୍ତ ପଞ୍ଚାୟତର ୫୦ରୁ ଉଦ୍ଧ୍ୱର୍ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ନାୟକ ଯୁବ ବିଜେଡି ସଭାପତି ଦୁର୍ଯେର୍୍ୟାଧନ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ଉକ୍ତ ପଞ୍ଚାୟତର କିଛି ବିଜେଡି ନେତାଙ୍କ ସହ ଉକ୍ତ ବିଜେପି କର୍ମିମାନେ ବିଜୁ ଜନତା ଦଳରେ ମିଶିଥିଲେ ଯାହାଦ୍ୱାରା ଆଗାମୀ ଦିନରେ ଉକ୍ତ ପଞ୍ଚାୟତ ବିଜେଡିର ଗଡ଼ ହେବାକୁ ଯାଉଛି ।






