Monday, July 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପିର ମଧ୍ୟଖଣ୍ଡ ଡାକ୍ତରଖାନା ସମ୍ମୁଖରେ ପ୍ରତିବାଦ

by ସଞ୍ଜୟ ସ୍ୱାଇଁ
September 20, 2018
in Politics
14
VIEWS
Share on FacebookShare on Twitter

ଦଶପଲ୍ଲା (ବାଘୁଆବାର୍ତ୍ତା ବ୍ୟୁରୋ): ୨୦୧୫ ମେ ୧ ତାରିଖରେ ରାଜ୍ୟ ସରକାର ନିରାମୟ ଯୋଜନାର ଶୁଭାରମ୍ଭ କରିଥିଲେ । ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ମାଧ୍ୟମରେ ପ୍ରତି ଡାକ୍ତରଖାନାକୁ ଏହି ଯୋଜନାରେ ଔଷଧ ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି । କର୍କଟ ଭଳି ମାରାତ୍ମକ ରୋଗର ଔଷଧ ମଧ୍ୟ ନିରାମୟ କେନ୍ଦ୍ରରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନାମାନଙ୍କରେ କେବଳ ଆଉଟ୍ଡୋର୍ ସମୟରେ ରୋଗୀଙ୍କୁ ମାଗଣାରେ ଔଷଧ ପାଇପାରିବେ ବୋଲି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶନାମାରେ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଜିଲ୍ଲା ହସ୍ପିଟାଲ, ସବ୍-ଡିଭିଜନ୍ ହସ୍ପିଟାଲ ପୂର୍ବଭଳି ୨୪ ଘଣ୍ଟିଆ ମାଗଣା ଔଷଧ ଯୋଗାଇଦେବା ବ୍ୟବସ୍ଥା ଅବ୍ୟାହତ ରହିବ । ତେଣୁ ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଯୋଗୁଁ ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ମଧ୍ୟଖଣ୍ଡ, ଦଶପଲ୍ଲା, ଗଣିଆ ଓ ମହିପୁର ସିଏଚ୍ସି ସମେତ ନୟାଗଡ଼ ଜିଲ୍ଲାର ୧୨ଗୋଟି ସିଏଚ୍ସି ଉପରେ ନିର୍ଭର କରୁଥିବା ୧୦ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ହନ୍ତସନ୍ତ ହେଉଛନ୍ତି । ଗ୍ରାମାଞ୍ଚଳ ଲୋକଙ୍କ ପ୍ରତି ଏଭଳି ପ୍ରତାରଣା ପ୍ରତିବାଦରେ ଶୁକ୍ରବାର  ଦିନ ମଧ୍ୟଖଣ୍ଡ ସିଏଚ୍ସି ସମ୍ମୁଖରେ ବିଜେପି ନେତା ରାଘବ ମଲ୍ଲିକ ଓ ରାଷ୍ଟ୍ରିୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରଦିବାଦ ସଭା ଏବଂ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ସରକାର ତୁରନ୍ତ ଏହି ତୃଟିପୂର୍ଣ୍ଣ ଘୋଷଣାକୁ ପ୍ରତ୍ୟାହାର ନକଲେ  ବିଜେପି ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଶ୍ରୀ ମଲ୍ଲିକ ଆଜିର ଏହି ପ୍ରତିବାଦ ସଭାରେ ବିଜେପି ପ୍ରଶାସନକୁ ଚେତାବନୀ ଦେଇଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ କୁମାର କର, ପ୍ରଫୁଲ୍ଲ କୁମାର ପରିଡା, ଦିଲ୍ଲୀପ କୁମାର ହୋତା, ଅନ୍ତର୍ଯ୍ୟାମୀ ପ୍ରଧାନ, ସୁଦାମ ପରିଡା, ମୃତ୍ୟୁଞ୍ଜୟ ପ୍ରଧାନ, ରାମଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏନ୍ଆର୍ଏଚ୍ଏମ୍ ଯୋଜନାରେ ଆସିଥିବା ଅର୍ଥରୁ ୨୭ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିକ୍ଷୋଭ ସମୟରେ ନେତୃମଣ୍ଡଳୀ ଦାବି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!