Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝାରଖଣ୍ଡ ପାଇଁ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କଲା ବିଜେପି

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ଝାରଖଣ୍ଡ ପାଇଁ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କଲା ବିଜେପି
74
VIEWS
Share on FacebookShare on Twitter

ଝାରଖଣ୍ଡ, (ବାଘୁଆବାର୍ତ୍ତା): ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ସିଟି ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିଛି। ଏକାଧିକ ଦଳ ସହ ମେଣ୍ଟ କରି ବିଜେପି ଝାରଖଣ୍ଡରେ ନିର୍ବାଚନ ଲଢ଼ିବ। ଦଳ ଏକାକୀ ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ବାକି ୧୩ଟି ଆସନ ସହଯୋଗୀ ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାଶ) ପାଇଁ ୧୩ଟି ଆସନ ଛାଡ଼ିଛି। ଏନଡିଏରେ ଥିବାର ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା(ହାମ) ମଧ୍ୟ ବିଜେପି ଠାରୁ ସିଟ ଚାହୁଁଥିଲା। କିନ୍ତୁ ଦଳକୁ ଝାରଖଣ୍ଡ ମେଣ୍ଟରୁ ବାଦ ଦିଆଯାଇଛି। ସେହିପରି ବାକି ରହିଥିବା ୧୩ଟି ଆସନରୁ ଏକାକୀ ଆଜସୁ ୧୦ ସ୍ଥାନରେ ପ୍ରାର୍ଥୀ ଦେବ। ବାକି ୩ଟି ଆସନରୁ ଜେଡିୟୁ ୨ଟି ଓ ଏଲଜେପି ଗୋଟିଏ ଆସନରେ ଲଢ଼ିବ। ଝାରଖଣ୍ଡ ନିର୍ବାଚନ ଦାୟିତ୍ୱରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ଆଜି ଆମ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିନ। ଆମେ ଆଜି ସିଟ ଶେୟାରିଂ ଫର୍ମୁଲାକୁ ଆମ ଭିତରେ ଚୂଡ଼ାନ୍ତ କରିଛୁ। ଆସନ୍ତା ଦୁଇ ଦିନ ମଧ୍ୟରେ ଆମର କେନ୍ଦ୍ରୀୟ ନେତୃବୃନ୍ଦ ଝାରଖଣ୍ଡ ସହ ମହାରାଷ୍ଟ୍ର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବେ।” ସିଟ ଶେୟାରିଂ ସମ୍ପର୍କରେ ଘୋଷଣା କରାଯିବା ବେଳେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆଜସୁ ପାର୍ଟି ମୁଖ୍ୟ ସୁଦେଶ ମହତୋ ଓ ବଜେପିର ରାଜ୍ୟସଭା ପତି ବାବୁଲାଲ ମାରାଣ୍ଡି ଉପସ୍ଥିତ ରହିଥିଲେ। ରାଞ୍ଚିରେ ଥିବା ବିଜେପି କାର୍ଯ୍ୟାଳୟରେ ଏପରି ଘୋଷଣା କରାଯାଇଛି। ବିଜେପି ପକ୍ଷରୁ ଆହୁରି କୁହାଯାଇଛି ଯେ ଦରକାର ପଡ଼ିଲେ ଶେଷ ମୁହୂର୍ତ୍ତରେ ସିଟ ଆବଣ୍ଟନରେ ସ୍ଥିତିକୁ ଦେଖି ପରିବର୍ତ୍ତନ କରାଯିବ। ଜେଏମଏମ ଓ କଂଗ୍ରେସ କେଉଁ ଭଳି ପ୍ରାର୍ଥୀ ଦେଉଛନ୍ତି, ତା’କୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯିବ ବୋଲି ବିଶ୍ୱଶର୍ମା କହିଛନ୍ତି। ୨୦୧୯ ତୁଳନାରେ ବିଜେପି ଏଥର କମ ଆସନରେ ଲଢ଼ିବାକୁ ଯାଉଛି। ବିଜେପି ୨୦୧୯ରେ ୭୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୫ଟିରେ ଜିତିଥିଲା। ଆଜୁସ ପାର୍ଟି ୫୩ଟି ଆସନରେ ପ୍ରାର୍ଥୀ ଦେଇ ୨ଟି ଓ ବାବୁଲା ମାରାଣ୍ଡିଙ୍କ ଜେଭିଏମ-ପି ସ୍ୱାଧୀନ ଭାବେ ୮୧ଟି ଯାକ ଆସନରେ ଲଢ଼ି ୩ଟିରେ ବାଜିମାତ କରିଥିଲା। ତେବେ ଜେଏମଏମ ୩୦ ଓ କଂଗ୍ରେସ ୧୬ଟି ଆସନ ଜିତିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!