ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ୧୩ ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ସଭାପତି ପାଇଁ ନାମାଙ୍କନ କରିଥିବା ୩ ଜଣ ନେତାଙ୍କୁ ବାଦ ଦେଇ ପୁର୍ନବାର ଜିଲ୍ଲା ସଭାପତି ଭାବେ ତାପସ ରଞ୍ଜନ ମାର୍ଥଙ୍କୁ ଚୟନ କରାଯାଇଛି। ଜଣେ ଦୃଢ଼ ସଂଗଠକ ଭାବେ ଜଣାଶୁଣା ତାପସଙ୍କ ଉପରେ ପୁଣିଥରେ ଦଳ ଭରସା ରଖିଛି। ନୟାଗଡ଼ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ପଦବୀ ପାଇଁ ଯୁବ ଓ ଦୃଢ଼ ସଂଗଠକ ସନ୍ତୋଷ ପ୍ରଧାନ, ବରିଷ୍ଠ ସଂଗଠକ ଅଶୋକ ମିଶ୍ର ଏବଂ ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନାମାଙ୍କନ ଦାଖଲ କରିଥିଲେ । ସେମାନଙ୍କୁ ବାଦ ଦିଆ ଯାଇ ତାପସଙ୍କୁ ପୁର୍ନବାର ସଭାପତି ଘୋଷଣା କରାଯାଇଛି।