Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ବିଜେପି କରିପାରେ ପ୍ରାର୍ଥୀ ତାଲିକା ଘୋଷଣା, ଦୁଇ ବିଜେପି ସାଂସଦଙ୍କୁ ମିଳି ନପାରେ ଟିକେଟ

by ସଞ୍ଜୟ ସ୍ୱାଇଁ
March 24, 2024
in Politics, State
ଆଜି ବିଜେପି କରିପାରେ ପ୍ରାର୍ଥୀ ତାଲିକା ଘୋଷଣା, ଦୁଇ ବିଜେପି ସାଂସଦଙ୍କୁ ମିଳି ନପାରେ ଟିକେଟ
154
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଗତକାଲି ବିଳମ୍ବିତ ରାତି ଯାଏ ଚାଲିଥିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଏହି ବୈଠକରେ ଓଡ଼ିଶା ବାବଦରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଓଡ଼ିଶାର ରାଜନୀତିକ ସ୍ଥିତି ଓ ରଣକୌଶଳ ବାବଦରେ ଆଲୋଚନା ହୋଇଥିବା ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ମନମୋହନ ସାମଲ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପି ସିଇସି ବୈଠକରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶର ପ୍ରାର୍ଥୀ ତାଲିକା ବାବଦରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଆଜି ଏହି ସବୁ ରାଜ୍ୟ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଜାରି କରିପାରେ। ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାର ସମସ୍ତ ୨୧ ଲୋକସଭା ଆସନ ଉପରେ ଚର୍ଚ୍ଚା ହୋଇଥିବା ଖବର ସରବରାହ ସଂସ୍ଥା ANI ପକ୍ଷରୁ କୁହାଯାଇଛି। ବିଶେଷ ସୂତ୍ର ଆଧାରରେ ଏଏନ୍‌ଆଇର ଖବର ଅନୁଯାୟୀ ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ଓ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇପାରେ। ତେବେ ରାଜ୍ୟର ଦୁଇ ଜଣ ସାଂସଦଙ୍କ ନାଁ ଏଥର ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିପାରେ ବୋଲି ANI ଖବର ପ୍ରକାଶ କରିଛି। ନୀତେଶ ଗଙ୍ଗ ଦେବ ଏବେ ସମ୍ବଲପୁର ସାଂସଦ ଅଛନ୍ତି। ଯଦି ଏହି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୁଅନ୍ତି, ତା’ହେଲେ ନୀତେଶଙ୍କୁ ଟିକେଟ ମିଳି ନପାରେ ବୋଲି କୁହାଯାଉଛି। ତେବେ ଆଉ କେଉଁ ସାଂସଦଙ୍କୁ ଟିକେଟ ନମିଳିପାରେ, ସେ ନେଇ କିଛି ସ୍ପଷ୍ଟ ଚିତ୍ର ଆସିନି। ଉତ୍ତର ପ୍ରଦେଶର ଆଉ ୧୦ଟି, ପଶ୍ଚିମବଙ୍ଗର ୧୮ଟି ଓ ରାଜସ୍ଥାନର ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ସ୍ଥିର କରାଯାଇଥିବା ଜଣାପଡ଼ିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!