Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ମହିଳା ସମାବେଶ, ଜିଲ୍ଲା ସଭାପତିଙ୍କ ବଳରେ ବଳିଆନ୍ ଉଦ୍ୟମ

by ସଞ୍ଜୟ ସ୍ୱାଇଁ
November 29, 2023
in Politics, State
ବିଜେପି ମହିଳା ସମାବେଶ, ଜିଲ୍ଲା ସଭାପତିଙ୍କ ବଳରେ ବଳିଆନ୍ ଉଦ୍ୟମ
363
VIEWS
Share on FacebookShare on Twitter

ମୂଳ ସଙ୍ଗଠନକୁ ଅଣଦେଖା, ନୟାଗଡ଼ ବିଜେପିରେ ବିଦ୍ରୋହ ବହ୍ନି

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ନୂଆ ରାଜବାଟୀଠାରେ ଆଜି ପୁରୀ ଲୋକସଭା ପ୍ରଭାସ ଯୋଜନା ନାମରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶ କନ୍ଧମାଳ ପୂର୍ବତନ ସାଂସଦ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଦେଖାଯାଇଛି । ଜିଲ୍ଲା ସଭାପତି ତାପସ କୁମାର ମାର୍ଥାଙ୍କ ବଳରେ ବିଜେପି ନେତ୍ରୀ ପ୍ରତ୍ୟୁଷା ବଳବାନ୍ ହୋଇଥିବା ଆଲୋଚନା ହେଉଛି । ନୟାଗଡ଼ରେ ଅନୁଷ୍ଠିତ ସମାବେଶ ପାଇଁ ରଣପୁର ନିର୍ବାଚନ ମଣ୍ଡଳୀରୁ ଏକ ହଜାର ମହିଳାଙ୍କୁ ଅଣାଯାଇଥିଲା ବୋଲି କିଛି ବିଜେପି ନେତା କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳବାଇ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଦଳୀୟ ପ୍ରାର୍ଥୀ ଡା ସମ୍ବିତ ପାତ୍ର ଯୋଗ ଦେଇଥିଲେ। ନୟାଗଡରେ ନାରୀ ସଶକ୍ତିକରଣ ନାମରେ ଯେଭଳି ଭୁଆଁ ବୁଲାଯାଉଛି ତା ବିରୁଦ୍ଧରେ ଲଢେଇକୁ ଜୋରଦାର କରି ପ୍ରକୃତ ନାରୀ ସଶକ୍ତିକରଣ କରିବା ପାଇଁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଆହ୍ୱାନ ଦେଇଥିବା ବେଳେ ଅନ୍ୟ ଜଣେ ନାରୀନେତ୍ରୀଙ୍କୁ ନିଜେ କିଭଳି କୋଣଠେସା କରି ଦେଲେ ବୋଲି ପ୍ରଶ୍ନ ଉଠିଛି । ଏହି ସମାବେଶରେ ନୟାଗଡ଼ ବିଜେପି ମୂଳ ସଂଗଠନକୁ ଅଣଦେଖା କରାଯାଇଥିବା ଦେଖାଯାଇଛି । ନୟାଗଡ଼ର ବିଜେପି ନେତ୍ରୀ ଇରାନୀ ରାୟ ଓ ପୂର୍ବତନ ଜିଲ୍ଲା ସଭାପତି ଲାଲା ମନୋଜ ରାୟ ଉକ୍ତ କାର‌୍ୟ୍ୟକ୍ରମରେ ଉପସ୍ଥିତ ନରହିବା ଆଲୋଚନାର ବିଷୟ ପାଲଟିଛି । ଅନ୍ୟପକ୍ଷେ, ନୟାଗଡ଼ ୧୨ ନମ୍ବର ଜୋନ୍ ସଙ୍ଗଠନ ସମ୍ଭାଳୁଥିବା ନେତାଙ୍କୁ ମଧ୍ୟ ଆଜିର ବୈଠକରେ କୋଣଠେସା କରାଯାଇଥିବା ଦେଖାଯାଇଛି । ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତଙ୍କ ପାଇଁ ନୟାଗଡ଼ ବିଜେପି ଫାଳ ଫାଳ ହୋଇଥିବା ଆଜିର ସମାବେଶରୁ ଜଳଜଳ ଦେଖାଯାଉଛି । ଏହି କାର‌୍ୟ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ରାଜ୍ୟ ପ୍ରଭାରୀ ଶଙ୍କର୍ଷଣ ପରିଡା, ନାରିନେତ୍ରୀ ଆରତୀ ଗୌଡ଼, ଗମ୍ଭାରୀଡ଼ିହି ସରପଞ୍ଚ ଉଷାରଣୀ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ନସିର ଅହମ୍ମଦ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ସନ୍ତୋଷ ପ୍ରଧାନ, ରଞ୍ଜନ କୁମାର ପଣ୍ଡା, ସୌମ୍ୟ ରଞ୍ଜନ ପ୍ରଧାନ, ଦିଲ୍ଲୀପ ବେହେରା, ଅକ୍ଷୟ ବେହେରା, ହରଷ ଚନ୍ଦ୍ର ପଣ୍ଡା, ରଜନୀକାନ୍ତ ନନ୍ଦ, ପ୍ରମୋଦ କୁମାର ବେହେରା ଯୋଗ ଦେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!