Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ମହିଳା ସୁରକ୍ଷା ପଦଯାତ୍ରା

by ସଞ୍ଜୟ ସ୍ୱାଇଁ
September 6, 2018
in Politics
18
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲାରେ ୩ଦିନ ଧରି ବିଜେପିର ମହିଳା ସୁରକ୍ଷା ପଦଯାତ୍ରା ଓ ମହିଳା ସୁରକ୍ଷା ଯାତ୍ରା ଦଶପଲ୍ଲା ଠାରୁ ଆରମ୍ଭ କରି ଗଣିଆ, ଖଣ୍ଡପଡ଼ା ଏବଂ ନୟାଗଡ଼ରେ ପହଞ୍ôଚଛି । ସବୁଠି ପଦଯାତ୍ରା ଏବଂ ପଥପ୍ରାନ୍ତ ସଭା ମହିଳା ସୁରକ୍ଷା ଉପରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ କରାଯାଇଛି । ଆଜି ବିଜେପି ମହିଳା ସୁରକ୍ଷା ଯାତ୍ରା ଉପଲକ୍ଷେ ନୟାଗଡ଼ ସହରର ଦୁର୍ଗାମଣ୍ଡପ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୂୟା ସାହୁ ସଭାପତିତ୍ୱ କରିଥିଲେ । ଏହି ସଭାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ଅଭିନେତ୍ରୀ ମାହେଶ୍ୱତା ରାୟ, ଭୁବନେଶ୍ୱର ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାକ୍ଷୀ ପ୍ରିୟଦର୍ଶନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କ୍ରୀଷ୍ଣା ମିର୍ଶ, ସୁବାଷିନୀ ପୃଷ୍ଟି ଏବଂ ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ରଶ୍ମୀରେଖା ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ ବିଜୟ ଲକ୍ଷ୍ମୀ ମହାପାତ୍ର ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାନେତ୍ରୀ ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଇରାନୀ ରାୟ କହିଥିଲେ ଯେ, ସାରା ଓଡ଼ିଶାରେ ଏବେ ମହିଳା ସୁରଖିତ ନୁହନ୍ତି । ସବୁଠି ଛୋଟ ଶିଶୁ ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁରଖିତ ଅବସା୍ଥ ରେ ରହିଥିବା ବେଳେ ରାଜ୍ୟର ବିଜେଡ଼ି ସରକାର କୁମ୍ଭକର୍ଣ୍ଣ ନିଦ୍ରା ଯାଇଛନ୍ତି । ତେଣୁ ବିଜେପି ତରଫରୁ ଏହାକୁ ନିନ୍ଦା କରାଯାଉଛି । ଯେଉଁ ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି ସେ ସରକାର ତୁରନ୍ତ ବରଖାସ୍ତ କରିବା ଉଚିତ୍ । ଅନ୍ୟତମ ଅତିଥି ଭାବେ ମନ୍ତ୍ରୀ ସୁରମା ପାଢୀ କହିଥିଲେ ଯେ, କେନ୍ଦ୍ର ସରକାର ୧୦୮ ଆମ୍ବୁଲାନ୍ସ ଦେଇଥିଲା ବେଳେ ରାଜ୍ୟ ସରକାର ଏହାକୁ ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ନାମ ନଲେଖି ରାଜ୍ୟ ସରକାର ଦେଇଛନ୍ତି ବୋଲି କହି ୧୦୮ ଆମ୍ବୁଲାନ୍ସ ଚଳାଇଥିଲେ । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ୧୦୮ ଆମ୍ବୁଲାନ୍ସରୁ କେନ୍ଦ୍ରସରକାର ଓ ରାଜ୍ୟସରକାରଙ୍କ ସହଭାଗିତାରେ କରାଯାଇଛି ବୋଲି ରାତାରାତି ସବୁ ୧୦୮ ଆମ୍ବୁଲାନ୍ସରେ ଲେଖାଗଲା ।

ସେହିଭଳି ୧ଟଙ୍କା ଚାଉଳରେ କେନ୍ଦ୍ରସରକାର ୧୭ଟଙ୍କା ଦେଉଥିଲାବେଳେ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଦେଇ ବାହାବାହା ନେଉଛି । ଏହି ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ସନ୍ନ୍ୟାସୀ ନାୟକ, ଲାଲା ମନୋଜ ରାୟ, ସାଧାରଣ ସମ୍ପାଦକ ପ୍ରଦୀପ ମହାପାତ୍ର, ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!