ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରବ୍ଲକ କାଳିକା ପ୍ରସାଦର ବରିଷ୍ଠ ବିଜେପି ନେତା ଯୁଗଳ ଚରଣ ଭଟ୍ଟଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ୭୦ ବର୍ଷ ବୟସ ହୋଇଥିଲା । ଆଜି ତାଙ୍କ ନୟାଗଡ଼ସ୍ଥିତ ବାସ ଭବନରେ ଅକାଳ ବିୟୋଗ ଘଟିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁକୁ ନେଇ ବିଜେପି କର୍ମୀ ଏବଂ ଦଳିୟ ପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀଯୁକ୍ତ ଭଟ୍ଟ ବିଜେପି ନୟାଗଡ଼ ଜିଲ୍ଲା ଉପସଭାପତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଏବେ ରାଜ୍ୟ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଜଣେ ପୁରୁଖା ବିଜେପ ନେତା ଭାବେ ଜିଲ୍ଲାରେ ପରିଚିତ ।





