ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବ୍ଲକର କଳମ୍ବ ଗ୍ରାମ ପଂଚାୟତରେ ଏକ ମାର୍କେଟ କମ୍ପେ୍ଲସର ଉଦଘାଟନ ହୋଇଯାଇଛି । ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟକ ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ସରପଂଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ପୋରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ବଳରାମ ସେଠୀ,ସମ୍ଭୁନାଥ ନନ୍ଦି ପ୍ରମୂଖ ଯୋଗ ଦେଇଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ବରେ ସ୍ଥାନୀୟ ସରପଂଚଙ୍କ ନେତୃତ୍ୱରେ ୪ ଶହରୁ ଉର୍ଦ୍ଧ ବିଜେପି କର୍ମୀ ଦଳତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ସରପଂଚ ସମତି ସଭ୍ୟ ଓ ବରିଷ୍ଠ ନେତୃତ୍ୱ ଯୋଗ ଦେଇଥିଲେ । ଉକ୍ତ ପଂଚାୟତର ବିକାଶ ପାଇଁ ବିଧାୟକ ବକ୍ତବ୍ୟ ରଖିଥିଲେ ।






