ଭୁବନେଶ୍ୱର (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୭ ରୁ ଖସି ଆସି ୭୫ ରେ ପହଞ୍ଚିଛି । ବିଜେପିର ୨ ଜଣ ସାଂସଦ, ଯେଉଁମାନେ କି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସାଂସଦ ଥାଇ ବି ବିଧାନସଭା ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ ସେମାନେ ଆଜି ପଶ୍ଚିମବଙ୍ଗ ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ତୃଣମୂଳ କଂଗ୍ରେସ କହିଛି କି ଲୋକସଭାରେ ସୁରକ୍ଷିତ ରହିବାକୁ ଏମାନେ ଏଭଳି କରିଛନ୍ତି । ଏହାସହ ପଶ୍ଚିମବଙ୍ଗ ବିଜେପି ବିଧାୟକ ମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଟିଏମସି କହିଛି କି ସାଧାରଣ ଲୋକଙ୍କ କର ଟଙ୍କାକୁ ଅପବ୍ୟବହାର କରୁଛି ବିଜେପି । ଆଜି ଇସ୍ତଫା ଦେଇଥିବା ନୀଶିତ ପ୍ରମାଣିକ ଓ ଜଗନ୍ନାଥ ସରକାର ସେହି ୫ ଜଣ ସାଂସଦଙ୍କ ମଧ୍ୟରୁ ଅନ୍ୟତମ । ଯେଉଁମାନେ କି ଦଳ ପଶ୍ଚିମବଙ୍ଗ ସରକାର ଗଠନ କରିବା ଆଶରେ ସେମାନେ ସାଂସଦ ଥାଇ ବି ବିଧାୟକ ପଦରେ ନିର୍ବାଚନ ଲଢ଼ିଥିଲେ । ବିଜେପି ସରକାର ଆସିଥିଲେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଆଶାରେ ଲୋକସଭା ଛାଡି ବିଧାନ ସଭାରେ ଲଢ଼ିଥିଲେ । ହେଲେ ସବୁ ଅଙ୍କ ଭୁଲହୋଇଗଲା ।





