Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେଡିର ଅଭିଯୋଗ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ

by Sanjay Swain
February 5, 2025
in Politics
ବିଜେଡିର ଅଭିଯୋଗ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ
249
VIEWS
Share on FacebookShare on Twitter

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ସଫା ରଙ୍ଗର ମହିଳାଙ୍କୁ ବିବାହ କରିବା ପାଇଁ ଖୋଜୁଥିଲେ ଏବଂ ସେଥିପାଇଁ ସେ ମୟୂରଭଞ୍ଜ ଜିଲ୍ଲାରେ ବିବାହ କରିଛନ୍ତି ବୋଲି କହିବା ତାଙ୍କର ବର୍ଣ୍ଣ ବିଦ୍ୱେଷ ମନୋଭାବର ପରିଚୟ ଦେଇଛି। ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇ ଆଦିବାସୀ ଝିଅମାନେ ସଫା ନୁଁହନ୍ତି ବୋଲି ମନ୍ତବ୍ୟ ଦେବା ଆମ ମନରେ ଗଭୀର ଆଘାତ ସୃଷ୍ଟି କରିଛି ବୋଲି କହିଛନ୍ତି ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍ ଓ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା। ଆଜି ବାରିପଦା ଦଳୀୟ କାର‌୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ହେମ୍ବ୍ରମ୍ କହିଥିଲେ ଯେ, ନବରଙ୍ଗପୁର, ରାଉରକେଲା, କୁଚିଣ୍ଡା, ରେମୁଣା ସମେତ ସାରା ରାଜ୍ୟରେ ଯେତେବେଳେ ଆଦିବାସୀ ମହିଳାଙ୍କ ଉପରେ ଦୁଷ୍କର୍ମ ଓ ଅତ୍ୟାଚାର ବଢିଚାଲିଛି ଏବଂ ରାଜ୍ୟର ଆଦିବାସୀ ସମାଜ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି, ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିଜୁ ଜନତା ଦଳ ଘୋର ନିନ୍ଦା କରୁଛି। ବିଜେପି ସରକାରକୁ ଆସିବା ପରେ ରାଜ୍ୟର ଆଦିବାସୀ ମାନଙ୍କ ବିକାଶ ପରିବର୍ତ୍ତେ ଅବହେଳାର ଶିକାର ହୋଇଛନ୍ତି। ପୋଲାଭରମ ପ୍ରକଳ୍ପ କାର‌୍ୟ୍ୟକାରୀ ହେଲେ ମାଲକାନଗିରିର ୧୨୨ଟି ଆଦିବାସୀ ବହୁଳ ଗାଁ ନିଶ୍ଚିହ୍ନ ହୋଇଯିବ। କିନ୍ତୁ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ଶ୍ରୀ ମୋହନ ଚରଣ ମାଝୀ ଏ ବାବଦରେ ନିରବ ରହିଛନ୍ତି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ହାଁସଦା କହିଥିଲେ ଯେ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଥିବାବେଳେ ଆଦିବାସୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ସ୍କୁଲ ରୂପାନ୍ତରଣ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରତିଷ୍ଠା କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ବିକାଶ କରିଥିଲେ। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ସେହି ବିକାଶର ଧାରାକୁ ଆଗକୁ ନେବା ବଦଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ହେଉଥିବା ବିକାଶମୂଳକ କାର‌୍ୟ୍ୟକୁ ବନ୍ଦ କରିଦେଇଛନ୍ତି। ଆଦିବାସୀ ସମାଜର ସୁରକ୍ଷା ତଥା କଲ୍ୟାଣ ପାଇଁ କାମ ନ କରି ଆମ ମହିଳାଙ୍କ ଚେହେରାର ରଙ୍ଗ ସଫା ନୁହେଁ ବୋଲି ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!