Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଳିତ ନିର୍ଯାତନା ପାଇଁ ସମ୍ବେଦନହୀନ ବିଜେପି ସରକାର ଦାୟୀ : ବିଜେଡି

by ସଞ୍ଜୟ ସ୍ୱାଇଁ
June 24, 2025
in Nayagarh
ଦଳିତ ନିର୍ଯାତନା ପାଇଁ ସମ୍ବେଦନହୀନ ବିଜେପି ସରକାର ଦାୟୀ : ବିଜେଡି
87
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଗତ ରବିବାର ଦିନ ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ମିଥ୍ୟା ଗୋ-ଚାଲାଣ ଅଭିଯୋଗରେ ୨ ଜଣ ଦଳିତଙ୍କୁ ଅର୍ଦ୍ଧ ଉଲଗ୍ନ କରି ନାଳ ପାଣି ପିଆଇବା ସହ ରାସ୍ତାରେ ଆଣ୍ଠେଇ ଅକଥନୀୟ ନିର୍ଯାତନା ଭଳି ହୃଦୟ ବିଦାରକ ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି। ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଏହି ବର୍ବରକାଣ୍ଡ ଓଡ଼ିଶାକୁ ଦେଶରେ ବଦନାମ କରିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବାର ଏହା ଏକ ନଗ୍ନ ନମୂନା। ରାଜ୍ୟର ସମ୍ବେଦନହୀନ ନେତୃତ୍ୱ ପ୍ରତ୍ୟେକ ଦିନ ଏଭଳି ଅଘଟଣକୁ ଅଣଦେଖା କରିବା ଦ୍ୱାରା ପ୍ରଶାସନିକ କଳ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିଛି। ଖାରିଗୁମ୍ମା ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ତୁରନ୍ତ ପଦକ୍ଷେପ ନେବାକୁ ଡ଼ ମହାନ୍ତି ଦାବି କରିଛନ୍ତି। ଏହିଭଳି ଘଟଣା ପାଇଁ ଦିନକୁ ଦିନ ଓଡ଼ିଶାର ମାନ ସମ୍ମାନ ନିମ୍ନଗାମୀ ହେବାରେ ଲାଗିଛି। ଓଡ଼ିଆ ଅସ୍ମିତା ପ୍ରତ୍ୟେକ ଦିନ ଭୃଲୁଣ୍ଠିତ ହେଉଛି। ସରକାର ଯଦି ସକ୍ରିୟ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଡ଼ ମହାନ୍ତି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!