ନୟାଗଡ଼,(ବାଘୁଆବାର୍ତ୍ତା); ନୟାଗଡ଼ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ କାର୍ଯ୍ୟାଳୟ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସିନ୍ଦୁରିଆ ଛକଠାରେ ଏହି କାର୍ଯ୍ୟାଳୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ସେଲ୍ ସଭାପତି ଶେଖ୍ ନଇମ୍, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ସିନ୍ଦୁରିଆ ମୈାଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛି ।





