ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜେଡିରେ ଯୋଗଦେଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ଶଙ୍ଖ ଭବନରେ ପହଞ୍ଚି ଆଜି ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡ଼ିରେ ସାମିଲ ହୋଇଛନ୍ତି ଅଧିରାଜ। ଏଥିସହ ଖଡିଆଳ, ବୋଡେନ ବ୍ଲକ ଚେୟାରମ୍ୟାନ ଓ ସିନାପାଲି ବ୍ଲକ ଚେୟାରମ୍ୟାନ ବିଜେଡ଼ିରେ ସାମିଲ ହୋଇଛନ୍ତି। ଦଳପକ୍ଷରୁ ସ୍ବାଗତ ଜଣାଇଥିଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଧିରାଜ। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଧିରାଜ। ବିଜେଡ଼ିର ବିରାଟ ପରିବାରରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଅଧିରାଜ। ମୁଖ୍ୟମନ୍ତ୍ରୀଙ୍କ କଥା କମ୍, କାମ ବେଶୀ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ ତାହା ସୁଚାର ଭାବେ ତୁଲାଇବି। ନୂଆ ଓଡ଼ିଶା, ନବୀନ ଓଡ଼ଶା ସଂକଳ୍ପ ପାଇଁ କାର୍ଯ୍ୟ କରିବି ବୋଲି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି। ।






