Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶକ୍ତିଶାଳୀ ହେଉଛି ବିଜେଡି, ବିରୋଧୀ ଦଳର ୩ ୱାର୍ଡ ସଭ୍ୟଙ୍କ ସମେତ ୧୫ ପରିବାର ବିଜେଡିରେ ସାମିଲ

by ସଞ୍ଜୟ ସ୍ୱାଇଁ
March 2, 2024
in Nayagarh, Politics, State
ଶକ୍ତିଶାଳୀ ହେଉଛି ବିଜେଡି, ବିରୋଧୀ ଦଳର ୩ ୱାର୍ଡ ସଭ୍ୟଙ୍କ ସମେତ ୧୫ ପରିବାର ବିଜେଡିରେ ସାମିଲ
384
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି । ବିରୋଧୀ ଦଳର ଅନେକ ନେତା ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ଏଭଳି ଧାରା ଲାଗୁ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରାରେ ସାମିଲ ହୋଇ ବହୁ ବିରୋଧୀ ଦଳର ନେତା ବିଜେଡିରେ ସାମିଲ ହେବା ଦେଖାଯାଉଛି । ଆଜି ଓଡ଼ଗାଁ ବ୍ଲକ ବିରିଡିପଲ୍ଲୀ ଗ୍ରାମ ପଞ୍ଚାୟତର ଧଝୋଲା ଗ୍ରାମର ୧୫ ବିରୋଧୀ ପରିବାର ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଆସି ସେମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଉକ୍ତ ପଞ୍ଚାୟତର ୱାର୍ଡ ସଭ୍ୟ ଅଶୋକ ନାୟକ, ଶୈଳ ଦାସ, ଆନନ୍ଦ ନାୟକ ପ୍ରମୁଖ ୱାର୍ଡ ସଭ୍ୟ ମାନେ ବିଜେଡିରେ ସାମିଲ ହୋଇଛନ୍ତି । ସେମାନଙ୍କ ବ୍ୟତୀତ ବିଜୟ ନାୟକ, ରେଣୁ ନାୟକ, ଦିଲ୍ଲୀପ କୁମାର ନାୟକ, ନିବାସୀ ରାଉତ, ବବିତା ନାୟକ, ରଜନୀକାନ୍ତ ନାୟକ, ନିରଞ୍ଜନ ଦାସ, ଦଣ୍ଡପାଣି ନାୟକ, ସୁରଥ ନାୟକ, ଅଭିମନ୍ୟୁ ଜେନା, ନବୀନ ଚନ୍ଦ୍ର ନାୟକ ଓ ଶିବ ଜେନା ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା ଓ ଗିରିଡ଼ିପଲ୍ଲୀ ସମିତି ସଭ୍ୟାଙ୍କ ପ୍ରତିନିଧି ଅମୁଲ୍ୟ ମୋହନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!