ଭଦ୍ରକ, (ବାଘୁଆବାର୍ତ୍ତା): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ି ଚାଲିଛି। ସାଧାରଣ ନିର୍ବାଚନ ଆଉ ଅଳ୍ପ ମାସ ଥିଲା ବେଳେ ବିଜେଡି ହେଉଛି ଆହୁରି ଶକ୍ତିଶାଳୀ। ବିଭିନ୍ନ ସମୟରେ ଅନ୍ୟ ଦଳରୁ ନେତା କର୍ମୀ ଆସି ବିଜେଡି ରେ ସାମିଲ୍ ହେଇଛନ୍ତି। ଆଜି ଭଦ୍ରକ ନିର୍ବାଚନୀ ମଣ୍ଡଳୀ ପୌରପାଳିକା ର ଯୁବ ନେତା ରାଜେଶ ଅଲ୍ଲୀ ଆଜି ନିଜର ସମର୍ଥକ ମାନଙ୍କୁ ନେଇ ବିଜୁ ଜନତା ଦଳରେ ମିଶିଛନ୍ତି। ତେବେ ସେ ଆଜି ବିଜେଡି ରେ ମିଶିବାର ମୁଖ୍ୟ କାରଣ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନବୀନ ପଟ୍ଟନାୟକ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଜେଡି ରେ ମିଶିଥିବା କହିଛନ୍ତି। ବିଶେଷ କରି ବିଧାୟକ ସଂଜୀବ ମଲ୍ଲିକ ଙ୍କ ପୁରୁଣା ବଜାର ଅଞ୍ଚଳର ବିକାଶ କାର୍ଯ୍ୟ କୁ ଦେଖି ବିଜେଡ଼ି ରେ ମିସିଥିବା କହିଛନ୍ତି। ଯୁବ ନେତା ପୂର୍ବରୁ ପୌରପାଳିକା ନିର୍ବାଚନ ରେ ସ୍ଵାଧୀନ ପାର୍ଥିଙ୍କ ମୁଖ୍ୟ ପ୍ରଚାର କାର୍ଯ୍ୟ ତୁଲାଇଥିଲେ। ଆଗାମୀ ୨୪ ସାଧାରଣ ନିର୍ବାଚନ ରେ ବିଜେଡି କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ବିଜେଡି କୁ ବିପୁଳ ମାତ୍ରାରେ ବିଜୟୀ କରାଇବେ ବୋଲି କହିଛନ୍ତି।





