ଭୁବନେଶ୍ବର, (ବାଘୁଆବାର୍ତ୍ତା): ଆକର୍ଷିତ କରୁଛି ବିକାଶମୁଳକ କାର୍ୟ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ । ବିଭିନ୍ନ ଦଳ ଛାଡ଼ି ବିଜେଡ଼ି ମୁହାଁ ନେତା । ରବିବାର ବିଜେପି ଛାଡି ବିଜେଡିରେ ମିଶିଲେ ଭବାନୀପାଟଣା ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଓ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ୧୬ ଜଣ ସମିତିସଭ୍ୟ ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ମିଶ୍ରଣ ଫଳରେ ଭବାନୀପାଟଣାରେ ଦଳ ଆହୁରି ମଜଭୁତ ହେବ ବୋଲି ଜିଲା ପର୍ୟ୍ୟବେକ୍ଷକ କହିଛନ୍ତି ।






