ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । ବିରୋଧୀ ଦଳର ଅନେକ ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହେବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ୧୫ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀ କୋମଣ୍ଡ ପଞ୍ଚାୟତ ନୋତରପଲ୍ଲୀ ଗ୍ରାମର ହଜାରି ଜାନି, ବିନୋଦ ଜାନି, ଗୋବିନ୍ଦ ଜାନି, ଅଭିମନ୍ୟୁ ଜାନି, ବିଶ୍ୱନାଥ ଜାନି, ଭରତ ଜାନି, ରମେଶ ଜାନି, ଉଦ୍ୟନାଥ ଜାନି, ସୁରେଶ ଜାନି, ପ୍ରକାଶ ଜାନି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି ଉକ୍ତ ପଞ୍ଚାୟତର ମକରପଦା ଗ୍ରାମର ସହଦେବ ନାୟକ, ରାମଚନ୍ଦ୍ର ସାହୁ, ପାଣୁ ପ୍ରଧାନ, ଗୌରାଙ୍ଗ ପ୍ରଧାନ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସମେତ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ସାମିଲ ହୋଇଥିଲେ । ଦିନକୁ ଦିନ ବିରୋଧୀ ଦଳ ଦୁର୍ବଳ ହେବାରେ ଲାଗିଛି । ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜୁ ଜନତା ଦଳ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ଓ ଡ. ଅରୁଣ କୁମାର ସାହୁ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ ଦଳରେ ମିଶିଥିବା ନେତା ମାନେ ।





