ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡା ବ୍ଲକ ଗଡିଆସାହି ପଞ୍ଚାୟତ ଅଧୀନ ଟଭା ମୁଣ୍ଡିଆ ସାଇ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଖଣ୍ଡପଡା ବ୍ଲକ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ମଧ୍ୟାହ୍ନରେ ବ୍ଲକ ଯୁବ ବିଜେଡି ସଭାପତି ମନୋରଞ୍ଜନ ବେହେରାଙ୍କ ସଭାପତିତ୍ଵରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବା ସହିତ ପ୍ରତି ବୁଥର ଦାୟିତ୍ଵ ଜଣେ ଯୁବକ ବନ୍ଧୁ ନେବାର ସଂକଳ୍ପ ନେବା ନିମନ୍ତେ ଆହ୍ଵାନ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀ ମାଳା ମହାନ୍ତି, ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର, କଟକ ଲୋକସଭା ସାଂସଦଙ୍କ ପ୍ରତିନିଧି ଶିଶିର କୁମାର ସାହୁ , ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ଵର ଶତପଥୀଙ୍କ ସହ ବହୁ ଛାମୁଆ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।





