Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବରୁ ସଂସଦରେ ଜାତିଭିତ୍ତିକ ଜନଗଣନା ଦାବି ଉଠାଇଥିଲା ବିଜେଡ଼ି

by ସଞ୍ଜୟ ସ୍ୱାଇଁ
May 1, 2025
in State
ପୂର୍ବରୁ ସଂସଦରେ ଜାତିଭିତ୍ତିକ ଜନଗଣନା ଦାବି ଉଠାଇଥିଲା ବିଜେଡ଼ି
45
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି, ସମସ୍ତେ ଦାବି କରୁଥିଲେ ଜାତିଭିତ୍ତିକ ଜନଗଣନା ହେଉ । ବିଜେଡ଼ି ବି ଦାବି ଉଠାଇଥିଲା । ୨୦୧୦ରେ ସଂସଦରେ ବିଜେଡ଼ି ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଥିଲା । ବିଜେଡ଼ି ସଂସଦୀୟ କମିଟି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦାବି କରିଥିଲେ । ବିଧାନସଭା ଓ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ଜାତିଭିତ୍ତିକ ଜନଗଣନା କଥା ବିଜେଡି ଉଠାଇଛି । ୨୦୨୦ରେ ଜନଗଣନା ହେବ କଥା କିନ୍ତୁ କୋଭିଡ୍ ପାଇଁ ବନ୍ଦ ରହିଲା । ତାପରେ ବି ହେଲାନି । ଯେଉଁଥି ପାଇଁ ଆମେ ଆନ୍ଦୋଳନ କରିଛୁ, ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛୁ । ନବୀନ ବାବୁ ଏହାକୁ ସ୍ଵାଗତ କରିଛନ୍ତି । ଏହାଦ୍ୱାରା ଏସ୍ସି, ଏସ୍ଟି, ଓବିସି ଉପକୃତ ହେବେ । କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ କିନ୍ତୁ ନିୟମାବଳୀ ଆସିନାହିଁ । ବିଜେଡ଼ିର ଦାବି ହେଲା ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗକୁ ଜାତିଭିତ୍ତିକ ଜନଗଣନା ସମୟରେ ଚିହ୍ନଟ କରାଯାଉ । ସଂରକ୍ଷଣ ଲିମିଟ୍ ୫୦ ପ୍ରତିଶତରୁ ଅଧିକ କରାଯାଉ । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଉ । ଆର୍ଥିକ ଅନଗ୍ରସରଙ୍କୁ ଅଗ୍ରାଧିକାର ଦିଆଯାଉ । ଯାହାର ସଂଖ୍ୟା ଯେତେ, ତାର ଭାଗ ସେତେ ହେବା ଦରକାର ବୋଲି ଅରୁଣ ସାହୁ କହିଛନ୍ତି । ସେହିଭଳି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି । ବିଜେଡ଼ି ସଂସଦରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଉଠାଇଛି । ୨୦୨୦ରେ ବିଧାନସଭାରେ ବିଜେଡ଼ି ସରକାର ଗୋଟିଏ ବିଲ୍ ଆଣି ସଂଶୋଧନ କରିଥିଲେ ଏବଂ OBC କମିସନ୍ ଗଠନ ହୋଇଥିଲା । ଆମ ଲଢେଇର ସ୍ୱୀକୃତି ଗତକାଲି ମିଳିଛି । ବିଜେପି କିନ୍ତୁ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରିଥିଲା । ସାରା ଦେଶରେ ଦାବି ବଢ଼ିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୋଡାଲିଟିଜ ଆସିବା ପରେ ଆଉ ଟିକେ ସ୍ପଷ୍ଟତା ଆସିବ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି । ସେହିପରି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଜାତିଭିତ୍ତିକ ଜନଗଣନା ଆବଶ୍ୟକତା ରହିଥିଲା । କେନ୍ଦ୍ର ସରକାର ଏଥିପାଇଁ ସବୁବେଳେ ପଛେଇଛନ୍ତି । ଆଜି ଆଂଶିକ ଭାବେ କେନ୍ଦ୍ର ସରକାର ମାନିଛନ୍ତି । କିନ୍ତୁ କେନ୍ଦ୍ରର ଏହି ନିଷ୍ପତ୍ତି ନିର୍ବାଚନୀ ଷ୍ଟଣ୍ଟ ନହେଉ ବୋଲି ସ୍ନେହାଙ୍ଗିନୀ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!