Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର

by ସଞ୍ଜୟ ସ୍ୱାଇଁ
March 6, 2025
in Breaking, Nayagarh, Politics, State
ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର
391
VIEWS
Share on FacebookShare on Twitter

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିର ଜୋରଦାର ପ୍ରତିବାଦ 

ନୟାଗଡ଼,(ବାଘୁଆବାର୍ତ୍ତା): ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତ ରାଜ ଦିବସ ବାତିଲ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭା ପଠାଣି ସାମନ୍ତ ପ୍ରେକ୍ଷାଲୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ବାବୁଙ୍କୁ ଅସମ୍ମାନକୁ ଓଡ଼ିଶା ବାସୀ ଗାଁ ଗାଁରେ ବିରୋଧ କରିବେ ବୋଲି ଉପସ୍ଥିତ ନେତାମାନେ କହିଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁ ବିଶ୍ୱରେ ପରିଚିତ ଥିଲେ। ବିଜୁ ବାବୁ ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲେ। ସାଢ଼େ ଚାରି କୋଟି ଓଡ଼ିଆ ବିଜୁ ବାବୁଙ୍କୁ ସମ୍ମାନ ଦେଉଥିବା ବେଳେ ବିଜେପି ସରକାର ବହୁତ୍ ବଡ଼ ଛଳନା କରିଛି ବୋଲି ମତ ପ୍ରକାଶ ହୋଇଥିଲା। ବିଜେପି ସରକାର ଭୟଭୀତ ହୋଇ ଏଭଳି ନିଷ୍ପତି ନେଇଛି ବୋଲି ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ କହିଥିଲେ।

ବିଜେପି ସରକାର ଭୟଭୀତ ହୋଇ ଏଭଳି ନିଷ୍ପତି ନେଇଛି

ନବୀନ ବାବୁଙ୍କ ଲୋକପ୍ରିୟତା ଓ ବିଜୁ ଜନତା ଦଳ ଲୋକ ପ୍ରିୟତା ଦେଖି ବିଜେପି ଭୟ କରୁଛି ବୋଲି କହିଥିଲେ। ଯେଉଁ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ସୁଧାରିବାରେ ଅସମର୍ଥ ତାଙ୍କୁ ବିଶ୍ୱାସକୁ ନେଇ ହେବ ନାହିଁ। ପଞ୍ଚାୟତ ରାଜ ବ୍ୟବସ୍ଥା ଲାଗୁ ଓ ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ କହିଥିଲେ।

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ସୁଧାରିବାରେ ଅସମର୍ଥ

ମେଣ୍ଟ ସରକାର ବେଳେ ବିଜେପି ନେତାମାନେ ବିଜୁ ଜୟନ୍ତୀରେ ପଞ୍ଚାୟତ ରାଜ ଦିବସ ପାଳନ କରିଥିଲେ। ନିର୍ଲଜ୍ଜ ସରକାରର ଏଭଳି ଭୁଲ ନିଷ୍ପତି ବିରୁଦ୍ଧରେ ବିଜୁ ପ୍ରେମୀ ଜୋରଦାର ବିରୋଧ କରାଯିବ ବୋଲି କହିଥିଲେ। ନୟାଗଡ଼ ବିଧାୟକ ତାଙ୍କ ବକ୍ତବ୍ୟରେ, ବିଜେପି ସରକାରକୁ ଆସିବା ପରେ ପ୍ରଥମେ କ୍ରୀଡା ପୁରସ୍କାର ବନ୍ଦ କରିବାକୁ ଘୋଷଣା କରିବା ପରେ ଜୋରଦାର ବିରୋଧ ପରେ ତାହାକୁ ଚାଲୁ ରଖିବାକୁ ସରକାର ଘୋଷଣା କରିଥିବା କହିଥିଲେ। ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ବିଜୁ ବାବୁ କାର୍ଯ୍ୟକାରୀ କରିବା ପରେ ପଞ୍ଚାୟତରାଜ ମନ୍ତ୍ରୀ ଦାମ ରାଉତ ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଓଡ଼ିଶା ବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିଧାୟକ ଡ. ସାହୁ କହିଥିଲେ।

ଓଡ଼ିଶା ବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି

୨୦୧୦ ମସିହାରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ମାର୍ଚ୍ଚ ୨୪କୁ ପଞ୍ଚାୟତ ରାଜ ଦିବସ ଘୋଷଣା କରିଥିଲେ। ଏହାର ୧୬ ବର୍ଷ ପୂର୍ବରୁ ଓଡ଼ିଶାରେ ପଞ୍ଚାୟତ ରାଜ ଦିବସ ପାଳନ କରାଯାଉଛି। ସରକାର ପଞ୍ଚାୟତ ରାଜ ଦିବସ ପାଳନ ବାତିଲ କରିବାକୁ ଜୋରଦାର ବିରୋଧ ହେବ ବୋଲି ବିଧାୟକ ଡ. ସାହୁ କହିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ସୁବାଷ ଚନ୍ଦ୍ର କଅଁର, ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁ, ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା,

ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଶ୍ରୀକାନ୍ତ ପଟ୍ଟନାୟକ, ସଂଖ୍ୟାଲଘୁର ସଦସ୍ୟ ଏସକେ ନଇଁମ, ଛାତ୍ର ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ସମସ୍ତ ପଞ୍ଚାୟତର ସମିତି ସଭ୍ୟ, ସରପଞ୍ଚ ଏବଂ ବରିଷ୍ଠ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । ପ୍ରତିବାଦ ସଭା ପରେ ସମସ୍ତ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!