ନୟାଗଡ଼,(ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ କାର୍ଯ୍ୟ ପ୍ରତି ଆକୃଷ୍ଠ ହୋଇ ବିଜେପି ନେତା ପ୍ରମୋଦ ସ୍ୱାଇଁ ଆଜି ବିଜେଡିରେ ମିଶିଥିବା ଜଣାଯାଇଛି । ଜହ୍ନିପଦା ପଞ୍ଚାୟତରେ ଗତ ନିର୍ବାଚନରେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପ୍ରମୋଦ ଆଜି ବିଜୁ ଜନତା ଦଳରେ ମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିଥିବା ଜଣାଯାଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେପି ଛାଡ଼ି ନେତା ମାନେ ବିଜେଡିରେ ମିଶିଥିବା ଦେଖାଯାଉଛି ।






