ନୟାଗଡ଼, (ବାଘୁଆବାର୍ତ୍ତା): ଭାଟସାହି ଗ୍ରାମ ପଞ୍ଚାୟତର ବିଜେପି ସଭାପତି ଆଜି ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହେବା ସହିତ ସ୍ଥାନୀୟ ବିଧାୟକ ତଥା ରାଜ୍ୟସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଭୁବନେଶ୍ୱର ସ୍ଥିତ ଡ.ସାହୁଙ୍କ ବାସ ଭବନରେ ଭାଟ ସାହି ପଞ୍ଚାୟତର ବିଜେପି ସଭାପତି ପ୍ରଭାତ କୁମାର ମହାପାତ୍ର ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ମହିଳା କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ନୟାଗଡ଼ ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ ।






