Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେବି କଲେଜରେ ଆଜି ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାଡ଼ଗୋଳ, ଉଭୟେ ପରସ୍ପରକୁ ପିଟାପିଟି

by ସଞ୍ଜୟ ସ୍ୱାଇଁ
September 2, 2021
in Education, State
ବିଜେବି କଲେଜରେ ଆଜି ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାଡ଼ଗୋଳ, ଉଭୟେ ପରସ୍ପରକୁ ପିଟାପିଟି
84
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜେବି କଲେଜରେ ଆଜି ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାଡ଼ଗୋଳ ହୋଇଛି। ଉଭୟେ ପରସ୍ପରକୁ ପିଟିଛନ୍ତି। ଏହା ସହ ହଷ୍ଟେଲରେ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି। ଏଥିରେ ଉଭୟ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ମିଳିଥିବା ସୂଚନା ଅନୁସାର, ଗତକାଲି କଲେଜର ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ ଆକ୍ରୋଶ ସୃଷ୍ଟି ହୋଇଥିଲା। ପୁଲିସ୍ ଉପସ୍ଥିତିରେ ଏହା ସମାଧାନ ହୋଇଥିଲା। ହେଲେ ଆଜି ସକାଳେ ଆମ୍ବେଦକର ହଷ୍ଟେଲର ୫୦ରୁ ଊର୍ଦ୍ଧ୍ୱ ଛାତ୍ର ଖାରବେଳ ହଷ୍ଟେଲକୁ ପଶି ଆସି ଝରକାକବାଟ ଭଙ୍ଗାରୁଜା କରିବା ସହ ଛାତ୍ରମାନଙ୍କୁ ମାରପିଟ କରିଥିଲେ। ଖାରବେଳ ହଷ୍ଟେଲ ଜଣେ ଛାତ୍ର କହିଛନ୍ତି, ଆମ ରୁମରେ ଥିବାବେଳେ ୫୦ରୁ ଅଧିକ ଛାତ୍ର ପଶି ଆସି କବାଟ ଝରକା ଭଙ୍ଗାରୁଜା କରିଥିଲେ। ପରେ ଆମକୁ ବାଡ଼େଇ ପଳାଇଯାଇଥିଲେ। ଆଉ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବ ସେଥିପାଇଁ ବିଜେବି କଲେଜ ପରିସର ପୁଲିସ ମୁତୟନ ହୋଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!