ନୟାଗଡ଼,(ବାଘୁଆବାର୍ତ୍ତା): ଝିକିମିଙ୍କି ରଘୁନାଥ ପୀଠରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ବିଶ୍ୱଶାନ୍ତି ମହାଯଜ୍ଞ । ରଘୁନାଥଙ୍କ ପୀଠରେ ଆଜିଠାରୁ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ୬ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାନୁସାରେ, ଫାଲଗୁନ କୃଷ୍ଣପକ୍ଷ ପଞ୍ଚମୀ ୩ତାରିଖ ଠାରୁ ୬ତାରିଖ ଶନିବାର ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଝିକିମିଙ୍କି ପାହାଡରେ ଥିବା ରଘୁନାଥ ପୀଠ ଠାରେ ବିଶ୍ୱର ମଙ୍ଗଳକାମନା ନିମନ୍ତେ ଅଷ୍ଟମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ଉକ୍ତ ବିଶ୍ୱଶାନ୍ତି ମହାଯଜ୍ଞକୁ ବୋଲଗଡ଼ ବ୍ଲକର ଟାଙ୍ଗିସାହି, ଭୀମପଡ଼ା, କୋଟପଲ୍ଲୀ, କୁସୁପଲ୍ଲା, ଦିଘିରି, ବୃନ୍ଦାବନପୁର, ମଣ୍ଡଳସିଂହ, ବଡକାଉତରା ଓ ସାନକାଉତରା ସେହିପରି ନୟାଗଡ଼ ବ୍ଲକର ଗୋପାଳପୁର, ଜାମୁସାହି, କାଳିଆମୁଳି ଓ ଶ୍ୟାମଘନପୁର ଗ୍ରାମର ମିଳିତ ସହଯୋଗରେ ଅଷ୍ଟମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହେଉଅଛି । ୩ଦିନ ଧରି ମହାଯଜ୍ଞ ଓ ପ୍ରସାଦ ସେବନ କରାଯିବା ସହିତ ଅନ୍ତିମ ତଥା ୬ତାରିଖ ଦିନ ପୂର୍ଣ୍ଣାହୂତି ଦିଆଯିବ ବୋଲି ଆୟୋଜକ କମଟି ପକ୍ଷରୁ ସୂଚନା ମିଳିଛି ।






