Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ଵ ସଙ୍ଗୀତ ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
June 22, 2025
in Nayagarh
ବିଶ୍ଵ ସଙ୍ଗୀତ ଦିବସ ପାଳିତ
109
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସଣ୍ଡେ ଆର୍ଟ ଆଣ୍ଡ କ୍ରାଫ୍ଟ ସ୍କୁଲ୍ ଏବଂ ନୟାଗଡ଼ ବିକାଶ ପରିଷଦର ମିଳିତ ଆନୁକୁଲ୍ୟରେ ବିଶ୍ଵ ସଙ୍ଗୀତ ଦିବସ ଆନନ୍ଦ ଉତ୍ସାହ ମଧ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସଙ୍ଗୀତଜ୍ଞ ପ୍ରଦୀପ୍ତ କୁମାର ପଟ୍ଟନାୟକ କହିଲେ ଯେ, ମନୋରଞ୍ଜନ କେବଳ ସଙ୍ଗୀତର ଉତ୍ସ ନୁହେଁ ବରଂ ଏଥିରେ ପ୍ରତିଫଳିତ ହୋଇଥାଏ ସମାଜର ସଂସ୍କୃତି, ଚାଲିଚଳନ, ପରମ୍ପରା, ରୁଚି ଓ ସ୍ଥିତି । ସେ ପୁଣି କହିଲେ ଯେ ଓଡ଼ିଆ ସଂଗୀତର ମାନ ଓ ସ୍ବାଦ, ବିବର୍ତ୍ତନ ଆଳ ରେ ଅବକ୍ଷୟ ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଗୁରୁ ଆକାଶ ରଞ୍ଜୀବ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେରେ ବିଭିନ୍ନ ରାଗ ରାଗିଣୀ ଉପରେ ସଙ୍ଗୀତ ପରିବେଷଣ କରାଯାଇଥିଲା । ସସ୍ମିତା, ଭାରତୀ, ବିଷ୍ଣୁପ୍ରିୟା, ବର୍ଷା, ସ୍ନେହା, ଆଦିତ୍ୟ, ପ୍ରତୀକ୍ଷା, ବିଭୁ ଓ ଆଲୋକ ଇତ୍ୟାଦି ଉଚ୍ଚାଙ୍ଗ ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଙ୍କୁ ବିମୁଗ୍ଧ କରିଥିଲେ । କି ବୋର୍ଡରେ ରତିକାନ୍ତ ତ୍ରିପାଠୀ, ହର୍ମୋନୀୟମରେ ଆକାଶ ରଞ୍ଜୀବ ବିଶ୍ଵାଳ ଓ ତବଲାରେ ଲଲିତ କୁମାର କର ସହଯୋଗ କରିଥିଲେ । ହାୱାଇ ଗିଟାରରେ ବିଶ୍ଵମୋହନ ମିଶ୍ର ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ । ବିଭୁପ୍ରସାଦ ଶତପଥୀ ମଞ୍ଚ ପରିଚଳନା କରିଥିଲେ। ପରିଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!