Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ମୃତ୍ତିକା ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
December 5, 2019
in Planning and Development
ବିଶ୍ୱ ମୃତ୍ତିକା ଦିବସ ପାଳିତ
62
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ଡିଆରଡିଏ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଟୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଣପୁର ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ଡିଆରଡିଏ୍ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଚନ୍ଦନ ସାହୁ, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ପ୍ରମୋଦ କୁମାର ନାୟକ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଅନୀଲ କୁମାର ସ୍ୱାଇଁ, ଡିଡିଏଚ୍ ସୁଧାକର ସାହୁ, ସିଡିଏ ସୁବ୍ରତ ମିଶ୍ର ଏବଂ ଆତ୍ମର ଅଧ୍ୟକ୍ଷ ରାଜେନ୍ଦ୍ର ନାୟକ ପ୍ରମୂଖ ଉପସ୍ଥିତ ଥିଲେ । ଆଜିର ବୈଠକରେ ରଣପୁର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ତାଙ୍କ ବକ୍ତବ୍ୟରେ ମାଟି ହେଉଛି ସମସ୍ତ ପ୍ରକାର ଉଭିଦ୍ଦର ଅଭିବୃଦ୍ଧି ପାଇଁ ଏକ ଜୀବନ୍ତ ମାଧ୍ୟମ । ପ୍ରତ୍ୟେକ ମାଟିକୁ ପରୀକ୍ଷା କରିବାର ଆବଶ୍ୟକତା ରହିଛି । ରାସାୟନିକ ସାର, ଅଣୁସାର, ଜୈବିକ ସାର ମାଟିରେ ପ୍ରୟୋଗ କଲେ ଉତ୍ତମ ଫସଲ ଉତ୍ପାଦନ ହେବା ସହ ମାଟିର ଉତ୍ପାଦିକା ଶକ୍ତି ମଧ୍ୟ ଅକ୍ଷୁଣ୍ଣ ରହିଥାଏ ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲାପାଳ ଡ. ଟୁଡୁ ଜୈବିକ ଖତ ବା କମ୍ପୋଷ୍ଟ, ସବୁଜ ସାର ବା ଜୀବାଣୁ ସାର ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମାଟି ପରୀକ୍ଷା କରିବା ପାଇଁ ଜିଲ୍ଲା ସ୍ତରୀୟ ସରକାରୀ ମୃତ୍ତିକା ପରୀକ୍ଷା ଗାର ରହିଛି । କୃଷି ବିଜ୍ଞାନ କେନ୍ଦ୍ରରେ ମୃତ୍ତିକା ପରୀକ୍ଷା ଗାର ଏବଂ କୃଷି ମହାବିଦ୍ୟାଳୟ ଓ କୃଷି ରସାୟନିକ ବିଭାଗର ପରୀକ୍ଷା ଗାର ରହିଥିବା ସଂମ୍ପର୍କରେ ସୂଚନା ଦେଇଥିଲେ । ମାଟିକୁ ଚାଷୀ ପରୀକ୍ଷା କହି ଫସଲ କଲେ ଭଲ ଉତ୍ପାଦନ ପାଇ ପାରିବେ ବୋଲି ମତ ଦେଇଥିଲେ । ଏଥିରେ କୃହି ବିଭାଗ, ମୃତ୍ତିକା ବିଭାଗ ଓ ଉଦ୍ୟାନ ବିଭାଗର କର୍ମକର୍ତ୍ତା ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବା ସହ ବହୁ ସଂଖ୍ୟକ ଚାଷୀ ଯୋଗ ଦେଇଥିଲେ ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!