ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲାପାଳ, କର୍ଣ୍ଣଦେଵ ସମାଦାର ଯୋଗ ଦେଇଥିଲେ । ସିଡିଏମଓ ଡଃ ସୁଶାନ୍ତ କୁମାର ଦାସ, ଏଡିପିଏଚ୍ଓଭିଵିଡି ଡଃ ବନମାଳୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ କହିଲେ ଯେ ନୟାଗଡ ଜିଲ୍ଲାରେ ଆମ ସମସ୍ତଙ୍କର ସହଭାଗିତାରେ ମ୍ୟାଲେରିଆ ନିରାକରଣ କରାଯାଇ ପାରିବ । ସଚେତନତା ଏବଂ ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ । ଉପ ଜିଲ୍ଲାପାଳ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ସିଡିଏମଓ ଏହାର ଉପରେ ଆଲୋଚନା କରିଥିଲେ ଏଵଂ ଏହାର ଲକ୍ଷଣ, ନିରାକରଣ ନିମନ୍ତେ ଜଣାଇଥିଲେ । ରୋଗୀକୁ ଅଧିକ ଜ୍ୱର ଓ ଵାନ୍ତି ହେବା, ବାଉଳି ହେବା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ। ଏହି ରୋଗ ମ୍ୟାଲେରିଆ ରୋଗିର ରକ୍ତ ଶୋଷିବା ପରେ ମାଈ ଆନୋଫିଲିସ ମଶା ମ୍ୟାଲେରିଆ କୀଟାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ କୀଟନାଶକ ଔଷଧ ସିଞ୍ଚନ ବର୍ଷକୁ ୨ ଥର ମେ ମାସ ଏବଂ ସେପ୍ଟେମ୍ବର ମାସରେ କରାଯାଏ । ଏହି କୀଟନାଶକ ଥରେ ସିଞ୍ଚନ କଲେ ୩ ମାସ ପର୍ୟ୍ୟନ୍ତ କାମ କରିଥାଏ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ୟ୍ୟ, ମେଡିକାଲ ଟି. ସାମ୍ବାଦିକମାନେ ଯୋଗ ଦେଇଥିଲେ ।





