Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୬ ତମ ବିଶ୍ଵ କବିତା ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
March 21, 2025
in Nayagarh, State
୨୬ ତମ ବିଶ୍ଵ କବିତା ଦିବସ ପାଳିତ
75
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ୟୁନେସ୍କୋ ଦ୍ଵାରା ୧୯୯୯ ମସିହାରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ଵ କବିତା ଦିବସ ଭାବରେ ଘୋଷଣା କରାଯିବା ପରେ ବିଶ୍ଵ ତମାମ ଏହି ଦିବସଟିକୁ ବିଶ୍ଵ କବିତା ଦିବସ ଭାବରେ ପାଳିତ ହୋଇଆସୁଛି l ନୟାଗଡ଼ର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମୂହ ଏହି ଦିବସଟିକୁ ନୟାଗଡ଼ର ଖେଳପଡିଆ ମୁକ୍ତାକାଶ ତଳେ ପାଳନ କରୁଥିଲେ l ଦୁଇ ହଜାର ବାଇଶି ମସିହାରେ ଅସୁସ୍ଥ ଥିବା ବିଶିଷ୍ଟ ସାହିତ୍ୟିକ ତଥା ପ୍ରବଚକ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ମନକୁ ଉଶ୍ୱାସ ଦେବା ଉଦ୍ଦେଶ୍ୟରେ ତାଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ଆୟୋଜିତ ହୋଇଥିଲା ବିଶ୍ଵ କବିତା ଦିବସ l ଉକ୍ତ ଦିନ ସ୍ୱର୍ଗତ ଚନ୍ଦ୍ରମଣି ପ୍ରଧାନ ନିଜେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥଲେ l

ତତ୍ ସହିତ ସେ ଅନୁରୋଧରଖି କହିଥିଲେ ମୋର ବର୍ତ୍ତମାନ ହେଉ ବା ଅବର୍ତ୍ତମାନରେ ପ୍ରତିବର୍ଷ ଚନ୍ଦ୍ରକାନ୍ତି ନିଳୟରେ ବିଶ୍ୱକବିତା ଦିବସ ପାଳନ କରିବାକୁ l ନିଜ ସହଧର୍ମିଣୀ ବିଶିଷ୍ଟ ଶିକ୍ଷାବିତ୍ ତଥା ସୁସାହିତ୍ୟିକା ଡ.ସୁକାନ୍ତି ମହାନ୍ତି ଓ ପରିବାର ସଦସ୍ୟ/ସଦସ୍ୟାଙ୍କୁ କହିଥିଲେ ସବୁ ବର୍ଷ ଏହି ଦିବସ ଆୟୋଜନ କରିବାକୁ l ଦୁଇହଜାର ବାଇଶିରୁ ଆଜି ଯାଏଁ ଚାରିବର୍ଷ ହେଲା ବିଶ୍ୱ କବିତା ଦିବସ ଚନ୍ଦ୍ରକାନ୍ତି ନିଳୟ ପରିସରରେ ଆୟୋଜିତ ହୋଇ ଆସୁଛି l ଆଜିର ଦିବସରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ସୁସାହିତ୍ୟିକ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟକାର କମ୍ରେଡ ବିଶ୍ଵନାଥ ମହାପାତ୍ର ଓ ପରମ୍ପରା ସମ୍ପାଦକ ଡ. ନିର୍ମଳ ଶୁରଦେଓ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାହିତ୍ୟର ଦିଗ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l

ନୟାଗଡ ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ କବି ଶେଖ୍ ଅବଦୁଲ୍ ଖାଲିକ୍ ସ୍ୱାଗତ ଭାଷଣ ଦେଇଥିଲେ l ଇତ୍ୟବସରରେ ପଚାଶରୁ ଉର୍ଦ୍ଧ୍ବ କବିତା ପାଠ କରାଯାଇଥିଲା l ପ୍ରାରମ୍ଭରେ ବିଶିଷ୍ଟ ସାହିତ୍ୟିକ, ପୂର୍ବତନ ପ୍ରଶାସକ ତଥା ଶ୍ରୀରାଧାର ସ୍ରଷ୍ଟା ସ୍ୱର୍ଗତ ରମାକାନ୍ତ ରଥ ଓ ସ୍ୱର୍ଗତ ସାଥୀ ଚନ୍ଦ୍ରମଣି ପ୍ରଧାନଙ୍କୁ ନୀରବ ପ୍ରାର୍ଥନାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ନୟାଗଡ଼ ଜିଲ୍ଲାରୁ ଅନେକ କବି କବୟିତ୍ରୀ ଏଥିରେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ l କବୟିତ୍ରୀ ଅଧ୍ୟାପିକା ନୀଳିମା ନନ୍ଦ ଓ କବୟିତ୍ରୀ ହରପ୍ରିୟା ଦ୍ବିବେଦୀ କବିତା ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମରେ କବି ଗୋପୀନାଥ ପରିଡ଼ା, ପ୍ରକାଶ ପଟ୍ଟନାୟକ ଓ ଗୋପୀନାଥ ସେଠୀ ସହଯୋଗ କରିଥିଲେ l ଶେଷରେ ବରିଷ୍ଠ କବୟିତ୍ରୀ ତଥା କାର୍ଯ୍ୟକ୍ରମର ଉଦ୍ୟୋକ୍ତା ଡ. ସୁକାନ୍ତି ମହାନ୍ତି ଧନ୍ୟବାଦ ଦେଇଥିଲେ l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!