
ରଣପୁର, (ବାଘୁଆବାର୍ତ୍ତା) : ଆଜି ହେଉଛି ବିଶ୍ୱ ଜଳ ଦିବସ l ବର୍ତ୍ତମାନର ଆଧୁନିକ ସମାଜର ଜଳର ବ୍ୟବହାର, ଉପକାରିତା ଓ ଆବଶ୍ୟକତା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁକୋ କ୍ଲବ ଆନୁକୂଲ୍ୟରେ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରାଙ୍କ ତତ୍ୱାବଧାନରେ ବିଦ୍ୟାଳୟ ପରିସରରେ ବିଶ୍ୱ ଜଳ ଦିବସ ପାଳିତ ହୋଇ ଯାଇଛି l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାଧବ ଚନ୍ଦ୍ର ପ୍ରଧାନ ଓ ସୂର୍ଯ୍ୟକାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ l ଶିକ୍ଷୟତ୍ରୀ ତିଲୋତମା ପୃଷ୍ଟି, ପ୍ରତିମା ଦେବୀ, ସରଳା ଦେଵୀ, ବାମନ ଚନ୍ଦ୍ର ସାହୁ, ପଞ୍ଚୁ ରାଉତ, ଏଲିନା ମିଶ୍ର, ଶତୃଘନ ପ୍ରଧାନ ପ୍ରମୁଖ ବର୍ତମାନର ବହୁଳ ଜଳ ବ୍ୟବହାର ସମାଜରେ ଜଳର ଗୁରୁତ୍ୱପୂର୍ଣ ଭୂମିକା ଓ ଆବଶ୍ୟକତା ସମ୍ବନ୍ଧରେ ବୁଝାଇ ଥିଲେ l ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଦାସ, ଶୁଭସ୍ମିତା ପାଇକରାୟ, ଶ୍ରଦ୍ଧାଞ୍ଜଳି ନନ୍ଦ ଜଳ କିପରି ସରାଂକ୍ଷଣ କରାଯିବ ସେ ସମ୍ବନ୍ଧରେ ପିଲାମାନଙ୍କୁ ବୁଝାଇ ଥିଲେ l ଏହି ଅବସରରେ ବକ୍ତୃତା ଓ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ କପ ଦିଆଯାଇ ପୁରସ୍କୃତ କରାଯାଇଥିଲା l







