Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଆଶ୍ରୟ’ରେ ବିଷୁବ ମିଳନ ପାଳିତ

by ସଞ୍ଜୟ ସ୍ୱାଇଁ
April 14, 2025
in Nayagarh, State
‘ଆଶ୍ରୟ’ରେ ବିଷୁବ ମିଳନ ପାଳିତ
92
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଶରଣକୁଳ ନିକଟସ୍ଥ ବାଉଁଶିଆଠାରେ ଗଢ଼ି ଉଠିଥିବା ଭିନ୍ନକ୍ଷମ, ଅସହାୟ, ଦୁସ୍ଥ, ନିଃସହାୟ, ବୃଦ୍ଧ, ବୃଦ୍ଧା ମାନଙ୍କ ସ୍ୱାସ୍ଥ୍ୟ ଥଇଥାନ ଓ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥାନ ‘ଆଶ୍ରୟ’ ଦିବ୍ୟାଙ୍ଗ ସେବାଗ୍ରାମ ପରିସର ମଧ୍ୟରେ ଓଡିଆ ନବ ବର୍ଷକୁ ସ୍ୱାଗତ ଜଣାଇ ବିଷୁବ ମିଳନ ହୋଇଯାଇଅଛି । ‘ଆଶ୍ରୟ’ ଆନୁକୁଲ୍ୟରେ ଓ ଶରଣକୁଳ ସାହିତ୍ୟ ସଂସଦ ମିଳିତ ସହଯୋଗରେ ‘ଆଶ୍ରୟ’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଲୋକନାଥ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ ହୋଇ ଯାଇଅଛି । ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚିରାଚରିତ ପଦ୍ଧତିର ପୁନରାବୃତ୍ତି କରି ସ୍ୱେଚ୍ଛାସେବୀ ସଙ୍ଗଠନର ବନ୍ଧୁ ମାନେ ଓ ସାଧାରଣ ବର୍ଗର ବ୍ୟକ୍ତି ବିଶେଷଙ୍କ ସହିତ ପ୍ରାୟ ଷାଠିଏରୁ ଉର୍ଦ୍ଧ୍ୱ କବି ଓ କବୟତ୍ରୀ ଯୋଗଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ କବିତା ଆସର ବେଶ ଆମୋଦ ପ୍ରଦାନ କରିଥିବାବେଳେ ଭିନ୍ନକ୍ଷମ, ବୃଦ୍ଧ,ବୃଦ୍ଧା ଓ ‘ଆଶ୍ରୟ’ର ଅନ୍ତେବାସୀମାନେ ଓଡିଆ ନବ ବର୍ଷକୁ ସ୍ୱାଗତ ଜଣାଇ ପରସ୍ପର ସହିତ ହାତ ମିଳାଇ ଖୁସି ମନାଉଥିବା ପରିଲିକ୍ଷିତ ହେଉଥିଲା । ଏହି ଅବସରରେ ଆଶ୍ରୟର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହ ଜଣାଶୁଣା ସଂକୀର୍ତ୍ତନ ବାୟକ ଶ୍ରୀଧର ପାତ୍ରଙ୍କୁ ‘ଆଶ୍ରୟ’ର ବିଷୁବ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ଅଧ୍ୟାପିକା ପ୍ରିୟମ୍ବଦା ଦାଶ, କବି ପାଣ୍ଡବ ନାୟକ, ଆଡଭୋକେଟ ଚିତ୍ତରଞ୍ଜନ ପ୍ରଧାନ, କୈଳାଶ ଚନ୍ଦ୍ର ଖଟେଇ, ରାମକୃଷ୍ଣ ପରିଡା ଓ ଅଚ୍ୟୁତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ମହା ବିଷୁବ ସଂକ୍ରାନ୍ତି ବା ଓଡିଆ ନବ ବର୍ଷର ପ୍ରଚଳିତ ପ୍ରଥା ଓ ପଦ୍ଧତି ଉପରେ ଅତିଥି ମାନେ ବିଷଦ ଭାବରେ ଆଲୋଚନା କରିବା ସହ ପାରମ୍ପରିକ ସାମାଜିକ ଚଳଣୀର ଅବଗଣନା କାର୍ଯ୍ୟ ସୂଚୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନାକୁ ଉପସ୍ଥିତ ଏକ ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ମନ୍ତ୍ରମୁଗ୍‌ଧ ହୋଇ ଶୁଣିବା ସହ ‘ଆଶ୍ରୟ’ର ଏହି ଲୋକାଭିମୁଖି ଯୁଗ ଧର୍ମୀ ପରମ୍ପରା କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ‘ଆଶ୍ରୟ’ର ଏହି ମହତ କାର୍ଯ୍ୟରେ ଯୋଗ ଦେଇଥିବା ବନ୍ଧୁ ମାନେ ବିଷୁବ ସଂକ୍ରାନ୍ତିର ପଣା ଓ ପ୍ରସାଦ ସେବନରେ ନିଜକୁ ସାମିଲ କରିବା ସହ ସହଯୋଗ କରି ଆନନ୍ଦ ଲାଭ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ନାହାକ ଓ ରାମକୃଷ୍ଣ ମହାରଣା ସଂଯୋଜନା କରିଥିବା ବେଳେ ଭିକାରୀ ଚରଣ ସ୍ୱାଇଁ, ଅନୀଲ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସାହୁ ଓ ‘ଆଶ୍ରୟ’ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!