Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରମ୍ପରାର ବିଷୁବ ମିଳନ

by ସଞ୍ଜୟ ସ୍ୱାଇଁ
April 20, 2025
in Nayagarh, State
ପରମ୍ପରାର ବିଷୁବ ମିଳନ
118
VIEWS
Share on FacebookShare on Twitter

ଓଡ଼ିଆ ନବ ବର୍ଷ ର ମାଦକତା ଇଂରାଜୀ ନବ ବର୍ଷ ରେ ନାହିଁ

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ର ସାହିତ୍ୟ ଓ ସଂସ୍କୃତି ପରିଷଦ ପରମ୍ପରା ଏହାର ବିଷୁବ ମିଳନ କାର୍ଯ୍ୟକ୍ରମ,ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ବରିଷ୍ଠ ପ୍ରବଚକ ଓ ସୁବକ୍ତା ବିରଂଚି ନାରାୟଣ ତ୍ରୀପାଠୀ,ନୟାଗଡ ର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼. ଜ୍ୟୋତିରଂଜନ ସାମନ୍ତରାୟ ,ପରମ୍ପରା ର ଉପସଭାପତି ଗୋଦାବରୀ ବାସନ୍ତିଆ ଏବଂ ସମ୍ବର୍ଦ୍ଧନା ପରିବାର ର ସଭାପତି ନିରାକାର ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ।

ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଓଡ଼ିଆ ନବବର୍ଷ ରେ ଯେଉଁ ମାଦକତା ଓ ନିଆରା ପଣ ରହିଛି ଇଂରାଜୀ ନବବର୍ଷ ରେ ତାହା ଦେଖାଯାଏ ନାହିଁ । ଓଡ଼ିଶା ର ପରିଚୟ ହେଉଛି ତାର ଏହି ବିଷୁବ ମିଳନ; ନୂଆବର୍ଷ । ଏହା ମଧ୍ୟରେ ଏକ ସମ୍ପର୍କ ର ସେତୁ ଥାଏ। କବିତା ଗୁଡ଼ିକୁ ହରପ୍ରିୟା ଦ୍ବିବେଦୀ ଓ ନୀଳମାଧବ ମିଶ୍ର ସଂଯୋଜନା କରିଥିଲେ। ଏହି ଉତ୍ସବ ରେ ବିଷ୍ଣୁ ପ୍ରସାଦ ମିଶ୍ର ଙ୍କୁ ବିଷୁବ ପ୍ରାବନ୍ଧିକ ସମ୍ମାନ, ଡ଼. ଗୀତାଞ୍ଜଳି ମହାପାତ୍ର ଙ୍କୁ ବିଷୁବ କବୟିତ୍ରୀ ସମ୍ମାନ, ଭକ୍ତ ବଲ୍ଲଭ ପଟ୍ଟନାୟକ ଙ୍କୁ ବିଷୁବ କବି ସମ୍ମାନ, ଓ ରଜତ କୁମାର ପଟ୍ଟନାୟକ ଙ୍କୁ ବିଷୁବ ସାମ୍ବାଦିକ ସମ୍ମାନ ଅତିଥି ମାନେ ପ୍ରଦାନ କରିଥିଲେ । ପରମ୍ପରା ର ସଭାପତି ଡ଼. ସୁକାନ୍ତି ମହାନ୍ତି ଏଥିରେ ସଭାପତିତ୍ବ କରିଥିବାବେଳେ ପରମ୍ପରା ର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!