ନୟାଗଡ଼, (ବାଘୁଆବାର୍ତ୍ତା): ଭୟାନକ କ୍ରସର ବିସ୍ପୋରଣରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲେ କ୍ରସର ମାଲିକକୁ ଗିରଫ କରିବାରେ ବିଫଳ ହୋଇଥିବା ଜଣାପଡିଛି । ଏଭଳି ଭୟାନକ ବିସ୍ପୋରଣ ଘଟିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଅଞ୍ଚଳରେ । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି-ନାଇଡୁପଲ୍ଲୀ ନିକଟରେ ଥିବା କ୍ରସରରେ ବିସ୍ପୋରଣ ଘଟିଥିଲା । ଏହି ବିସ୍ପୋରଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ଜଣାପଡିଛି । ବିସ୍ପୋରଣର ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ କ୍ରସର ମାଲିକକୁ ଗିରଫ ନକରିବା ଗଞ୍ଜାମ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ତୁରନ୍ତ ବିସ୍ପୋରଣରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଆର୍ଥିକ ସହୟତା ଯୋଗାଇବା ସହିତ କ୍ରସର ମାଲିକକୁ ଗିରଫ୍ କରିବା ପାଇଁ ସ୍ଥାନୀୟ ସରପଞ୍ଚ ପୁଲିସ ଓ ପ୍ରଶାସନକୁ ନିବେଦନ କରିଛନ୍ତି । ଏନେଇ ତୁରନ୍ତ କ୍ରସର ମାଲିକକୁ ଗିରଫ କରାଯିବା ନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପି ପିନାକ ମିଶ୍ର କହିଛନ୍ତି ।





