ନୟାଗଡ଼,(ବାଘୁଆବାର୍ତ୍ତା): ବିରୁଡ଼ା ଭଲିବଲ୍ ଆସୋସିଏନ ପକ୍ଷରୁ ଆୟୋଜିତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ବିରୁଡ଼ା ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଉଁଶିଆପଡା, ଇଟାମାଟି, ବାଇଗୁଣିଆ, ବୋଲଗଡ଼, କେଶରପୁର, ଗୋପାଳପୁର, ବିରୁଡ଼ା ଓ ଡମାସହି କ୍ଲବ ଭଳି ୮ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ବାଇଗୁଣିଆ ଦଳ ଏବଂ ବାଉଁଶିଆପଡ଼ା ଦଳ ଫାଇନାଲ ଖେଳିଥିବା ବେଳେ ବାଉିଁଶିଆପଡ଼ା ବିଜୟ ଲାଭ କରିଛି । ଏହି ମ୍ୟାଚକୁ ରେଫରୀ ପ୍ରଶାନ୍ତ କୁମାର ଜେନା ଏବଂ ଦିଲ୍ଲୀପ କୁମାର ଦାଶ ପରିଚାଳନା କରିଥିଲେ । ଏହି ଖେଳ ଓ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।





