ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନୟାଗଡ଼ ବ୍ଲକ ବିରୁଡ଼ା ପଂଚାୟତ ଗସ୍ତ କରି ନିର୍ମାଣ ହେଉଥିବା ଆଦର୍ଶ ସ୍ମଶାନର କାର୍ଯ୍ୟ ସମୀକ୍ଷା କରିବା ସହ ଏହା ଓଡ଼ିଶାରେ ପ୍ରଥମ ବୋଲି ମନ୍ତବ୍ୟ ଦେଇଛନ୍ତି । ବିରୁଡ଼ା ଗ୍ରାମରେ ନିର୍ମାଣ ହେଉଥିବା ଏହି ସ୍ମଶାନ ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଆଉ ଅନେକ କାର୍ଯ୍ୟ ବାକି ରହିଥିବା ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି । ଏହି ଆଦର୍ଶ ସ୍ମଶାନ ଯେପରି ଓଡ଼ିଶାରେ ପ୍ରଥମ ହେବ ସେଥିପ୍ରତି ନୟାଗଡ଼ ବିଡିଓ ମନୋଜ କୁମାର ପାତ୍ର୍ର୍ରଙ୍କୁ ମନ୍ତ୍ରୀ ଡ଼ ସାହୁ ପରାମର୍ଶ ଦେବା ସହ ଏହି କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ପ୍ରସ୍ତାବ ଦେଇଛନ୍ତି ।





