ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମରେ ମା ରାମଚଣ୍ଡି କ୍ରିକେଟ କ୍ଲବ ପକ୍ଷରୁ ଫ୍ଲଡଲାଇଟ୍ କ୍ରିକେଟ ମ୍ୟାଚ ଉଦ୍ଘାଟିତ ହୋଇଯାଇଛି । ଚକ୍ରଧର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ୮ ଗୋଟି ଦଳକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ । ଆସନ୍ତା ୧୨ ତାରିଖରେ ଏହାର ଫାଇନାଲ୍ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ପ୍ରତାପପ୍ରସାଦ ବନାମ ଦେଉଳୀ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ପ୍ରତାପପ୍ରସାଦ ବିଜୟ ଲାଭ କରିଛି ।






