ନୟାଗଡ଼ (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଜନ୍ମ ଦିନ ଜାନୁୟାରୀ ୨ ତାରିଖରେ । ଏହିଦିନ ତଥା ଆଜି ରାଜ୍ୟ କୃଷି ମନ୍ତ୍ରୀ ଭାବେ ଡ. ସାହୁ ବେଙ୍ଗଲୁରଠାରେ ଜାତୀୟ ସ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟରେ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କୃଷି କର୍ମଣ ପୁରସ୍କାର ଗ୍ରହଣ କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି ।






