Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପକ୍ଷୀ ଉପରେ ସାହିତ୍ୟ ଚର୍ଚ୍ଚା

by ସଞ୍ଜୟ ସ୍ୱାଇଁ
August 9, 2021
in State
ପକ୍ଷୀ ଉପରେ ସାହିତ୍ୟ ଚର୍ଚ୍ଚା
218
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ଭାରତୀୟ ସଂସ୍କୃତି ହେଉ କି ଓଡ଼ିଶାର ଜନଜୀବନ ପ୍ରତ୍ୟେକରେ ‘ପକ୍ଷୀ’ ର ସ୍ଥାନ ସ୍ଵତନ୍ତ୍ର। ବେଦ, ପୁରାଣ,ଉପନିଷଦ ଠାରୁ ଆରମ୍ଭକରି ବର୍ତ୍ତମାନ ସାହିତ୍ୟ ପର୍ୟ୍ୟନ୍ତ ପକ୍ଷୀ କୁ ନେଇ ଅଜସ୍ର ରଚନା ଦେଖିବାକୁ ମିଳେ। କୋଇଲି ଗୀତ ଓଡ଼ିଆ ସାହିତ୍ୟର ଅନ୍ୟତମ ସମୃଦ୍ଧ ବିଭବ।ପୁରାଣ ଓ ଇତିହାସରେ ପାରା କୁ ବାର୍ତ୍ତା ବାହାକ ଭାବେ ବ୍ୟବହାର କରାଯାଉଥିଲା । ନୟାଗଡ଼ ଜିଲ୍ଲାର କବୟିତ୍ରୀମାନଙ୍କୁ ନେଇ କଳା, ସାହିତ୍ୟ ,ସଂସ୍କୃତି ଅନୁଷ୍ଠାନ ତଥାସ୍ତୂ ତରଫରୁ ଆୟୋଜିତ ‘ପକ୍ଷୀ’ ଶୀର୍ଷକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସୁସାହିତ୍ୟିକା ବସିରନ୍ ବିବି ଙ୍କ ସଭାପତିତ୍ବରେ ତଥା ସଂପାଦକ ଶରତ ଚନ୍ଦ୍ର ଆଚାର୍ୟ୍ୟ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂ ଯୋଗଦେଇ ପକ୍ଷୀ ବିଷୟରେ ବିଶଦ୍ ଆଲୋଚନା କରିଥିଲେ। ନୟାଗଡ଼ରେ ଓ ନୟାଗଡ଼ ବାହାରେ ରହୁଥିବା ଜିଲ୍ଲାର କବୟିତ୍ରୀ ସରୋଜିନୀ ଇନ୍ଦ୍ରସିଂହ,ଗୀତାଶ୍ରୀ ପ୍ରିୟମ୍ବଦା,ପ୍ରଜ୍ଞା ପାରମିତା ରଥ,ସୁଦୀପ୍ତାରାଣୀ ବିଶ୍ୱାଳ,ସୈ।ଦାମିନୀ ସ୍ଵାଇଁ, ବିଶ୍ୱାସିନୀ ମିଶ୍ର, ସୁକାନ୍ତି ମହାନ୍ତି, ଶ୍ରାବଣୀ ନାଥ,ମମତା ମଂଜରୀ ଦେବୀ, ସବିତା ଶୁକ୍ଳା, ହରପ୍ରିୟା ଦ୍ୱିବେଦୀ,କ୍ଷଣପ୍ରଭା କର, ଦୀପାଳୀ ପଟ୍ଟନାୟକ, ରେଣୁବାଳା ଦାସ ପ୍ରମୁଖ କବିତା ପାଠ କରିଥିଲେ। ଜିଲ୍ଲାର କବୟିତ୍ରୀମାନଙ୍କୁ ନେଇ ଏ ପ୍ରକାର ସାହିତ୍ୟ କାର୍ୟ୍ୟକ୍ରମ ଅନ୍ ଲାଇନ୍ ମାଧ୍ୟମରେ କରିଥିବାରୁ ଏଥିରେ ଶ୍ରୋତା ଭାବେ ଉପସ୍ଥିତ ଥିବା ସାହିତ୍ୟାନୁରାଗୀମାନେ ତଥାସ୍ତୁର ଭୂୟସୀ ପ୍ରଶଂସା କରିଥିଲେ। କବି ଓ ମଂଚ ଉପସ୍ଥାପନକ ଗଣେଶ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!